ଆଉ କିଛି ସମୟ ପରେ ବଦଳିଯିବ କ୍ୟାଲେଣ୍ଡର, ନବବର୍ଷ ୨୦୨୨କୁ ସ୍ୱାଗତ କରୁଛି ସାରା ବିଶ୍ୱ

କେନ୍ୟୁଜ୍(ବ୍ୟୁରୋ): ବିଦାୟ ବେଳାରେ ବର୍ଷ ୨୦୨୧ । ଆଉ କିଛି ସମୟ ପରେ ବଦଳିଯିବ କ୍ୟାଲେଣ୍ଡର । ନବବର୍ଷ ୨୦୨୨କୁ ସ୍ୱାଗତ କରୁଛି ସାରା ବିଶ୍ୱ । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଆରମ୍ଭ ହେଲାଣି ସେଲିବ୍ରେସନ୍‌ । କରୋନା ଯୋଗୁ ଏବର୍ଷ ନିଉ ଇୟର ସେଲିବ୍ରେସନ୍‌ ଫିକା ପଡ଼ିଛି । ନ୍ୟୁଜିଲାଣ୍ଡର ଅକଲାଣ୍ଡକୁ ଛୁଇଁଛି ୨୦୨୨ । ବାଣ ଫୁଟାଇ ସ୍ୱାଗତ କରିଛନ୍ତି ଅକଲାଣ୍ଡ ବାସିନ୍ଦା । ସେହିପରି ସିଡନୀରେ ବି ନୂଆବର୍ଷକୁ ସ୍ୱାଗତ କରାଯାଇଛି ।

ଆଜି ଅସ୍ତଗାମୀ ହୋଇଛି ବର୍ଷ ୨୦୨୧ର ଶେଷ ସୂର୍ଯ୍ୟ । ଶେଷ ସୂର୍ଯ୍ୟାସ୍ତ ଦେଖିବାକୁ ପୁରୀ, ଚନ୍ଦ୍ରଭାଗା, ଗୋପାଳପୁର ବେଳାଭୂମିରେ ପ୍ରବଳ ଭିଡ ଜିମିଛି । କୋଭିଡ୍‌ ମହାମାରୀ ଭିତରେ ନୂଆ ଆଶା, ସମ୍ଭାବନା ନେଇ ଆସୁଛି ବର୍ଷ ୨୦୨୨ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.