Below header

ଭାରତ ଠାରୁ ଜିତିବା ପରେ ଦକ୍ଷିଣ ଆଫ୍ରିକା ଖେଳାଳି ଲେଖିଲେ ‘ଜୟ ଶ୍ରୀରାମ’

ସାଉଥ ଆଫ୍ରିକା ଟିମ୍ ପାଇଁ ୨୦୨୨ର ଆରମ୍ଭ ଦମଦାର ରହିଛି। ପ୍ରଥମେ ଡିନ୍ ଏଲଗରଙ୍କ ନେତୃତ୍ୱାରେ ଟିମ୍ ଭାରତ ବିପକ୍ଷ ଟେଷ୍ଟ ସିରିଜ୍କୁ ୨-୧ରେ କବ୍ଜା କରି ନେଇଥିଲା। ତା’ ପରେ ପୁଣି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ତେମ୍ବା ବଭୁମାଙ୍କ ଦଳ ଭାରତକୁ ୩-୦ରେ ହରାଇଛି।
ଏମିତି ସ୍ମରଣୀୟ ବିଜୟ ପରେ ସାଉଥ ଆଫ୍ରିକା ଟିମ୍ ବିଜୟ ଉତ୍ସବ ପାଳନ କରିବାରେ ମାତି ଯାଇଛି। ଦଳର ବାମହାତୀ ସ୍ପିନର କେଶବ ମହାରାଜ ଇନଷ୍ଟାଗ୍ରାମରେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ପୋଷ୍ଟର ଶେଷରେ ସେ ‘ଜୟ ଶ୍ରୀରାମ’ ମଧ୍ୟ ଲେଖିଛନ୍ତି, ଯାହା ଭାରତୀୟ ଫ୍ୟାନ୍ସଙ୍କୁ ହୃଦୟ ଜିତି ନେଇଛି। ଏଥିସହ ମହାରାଜ ସାଉଥ ଆଫ୍ରିକା ଟିମ୍ ସହ ଫଟୋ ମଧ୍ୟ ସେୟାର କରିଛନ୍ତି।

 

 

View this post on Instagram

 

A post shared by Keshav Maharaj (@keshavmaharaj16)

ମହାରାଜ ଲେଖିଛନ୍ତି, ଆମ ପାଇଁ ଏହା ବହୁତ ବଢ଼ିଆ ସିରିଜ୍। ଆମ ଦଳର ଏହି ସଫଳତାରେ ମୁଁ ଆଉ ଅଧିକ କଣ ଗର୍ବ କରି ପାରିବି । ଆମେ ବହୁତ ଭଲ ପ୍ରଦର୍ଶନ କରିଛୁ। ଏବେ ପୁଣି ଥରେ ପ୍ରସ୍ତୁତ ହେବା ଏବଂ ପରବର୍ତ୍ତୀ ଚ୍ୟାଲେଞ୍ଜକୁ ସ୍ଵୀକାର କରିବାର ସମୟ ଆସିଛି। ‘ଜୟ ଶ୍ରୀରାମ’। କେଶବ ମହାରାଜ ଦିନିକିଆ ସିରିଜ୍ରେ ଭଲ ପ୍ରଦର୍ଶନ କରିଛନ୍ତି। ସେ ଏହି ସିରିଜ୍ର ତିନିଟି ମୁକାବିଲାରେ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ପ୍ରଥମ ଦିନିକିଆରେ ସେ ଶିଖର ଧବନଙ୍କୁ ଆଉଟ୍ କରିଥିଲେ। ବାକି ଦୁଇଟି ଦିନିକିଆରେ ବିରାଟଙ୍କ ଓ୍ଵିକେଟ ନେଇଥିଲେ।
କେଶବ ମହାରାଜଙ୍କ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ । ତାଙ୍କ ଘର ଉତ୍ତର ପ୍ରଦେଶର ସୁଲତାନପୁରରେ। କେଶବଙ୍କ ବାପା ଆତ୍ମାନନ୍ଦ ମହାରାଜ ଏକ ସାକ୍ଷାତକାରରେ କହିଥିଲେ କି ତାଙ୍କ ପୂର୍ବଜ ୧୮୭୪ ମସିହାରେ ସୁଲତାନପୁରରୁ ଡର୍ବାନ ଚାଲି ଆସିଥିଲେ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.