WhatsApp ରେ ଭିଡିଓ କଲ୍ ରେକର୍ଡିଂ କରିବା ହେଲା ସହଜ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା
ଲକଡାଉନ ଯୋଗୁ ଘରୁ ବାହାରି ହେଉନଥିବାରୁ ଲୋକମାନେ ଏବେ ବନ୍ଧୁବାନ୍ଧବ ସାଙ୍ଗ ସାଥୀଙ୍କ ସହ ଭିଡିଓ କଲ ମାଧ୍ୟମରେ କଥା ବାର୍ତ୍ତା କରୁଛନ୍ତି। ଅଧିକାଂଶ ଲୋକ ହ୍ଵାଟ୍ସଆପ ମାଧ୍ୟମରେ ଯୋଗାଯୋଗ କରୁଥିବା ଦେଖିବାକୁ ମିଳିଛି। ଲୋକଙ୍କ ଆଗ୍ରହକୁ ଦେଖି ହ୍ଵାଟ୍ସଆପ ମଧ୍ୟ ଭିଡିଓ କଲିଂରେ କେତେକ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନ ପରେ ୟୁଜରମାନେ ବର୍ତ୍ତମାନ ୮ୟୁଜରଙ୍କ ଗ୍ରୁପରେ ଭିଡିଓ କଲ କରିପାରିବେ। ବେଳେ ଭିଡିଓ କଲ ବେଳେ କେତେକ ଜିନିଷକୁ ରେକର୍ଡ କରିବା ଜରୁରୀ ହୋଇଥାଏ। ତେଣୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ହ୍ଵାଟ୍ସଆପରେ ଭିଡିଓ କଲ ବେଳେ ରେକର୍ଡିଂ କେମିତି କରିବେ…
ଆଣ୍ଡ୍ରଏଡ଼ ଓ ଆଇଓଏସରେ ଏକ ଫିଚର ରହିଛି ସ୍କ୍ରିନ ରେକର୍ଡିଂ। ଏହି ଫିଚରକୁ ଆକ୍ଟିଭ କରି ଆପଣ ଭିଡିଓ କଲ ରେକର୍ଡ କରିପାରିବେ। ପୂର୍ବରୁ ଏହି ଫିଚର ବହୁତ କମ ଫୋନରେ ଉପଲବ୍ଧ ହେଉଥିବା ବେଳେ ଏବେ ସବୁ ଫୋନରେ ରହିଛି।
ଯଦି ଆପଣଙ୍କ ଫୋନରେ ସ୍କ୍ରିନ ରେକର୍ଡିଂ ଫିଚର ନାହିଁ ତେବେ ଏହାକୁ ଆପଣ ପ୍ଲେ ଷ୍ଟୋରରୁ ବି ଡାଉନଲୋଡ କରିପାରିବେ। ପ୍ଲେ ଷ୍ଟୋରରୁ DU Recorder ଆପ ଲୋଡ କରି ମଧ୍ୟ ଆପଣ ହ୍ଵାଟ୍ସଆପ ଭିଡିଓ କଲ ରେକର୍ଡିଂ କରିପାରିବେ।