ଏୟାରପୋର୍ଟରେ ତଳେ ଶୋଇଗଲେ ଧୋନି ଏବଂ ସାକ୍ଷୀ, କାହିଁକି ଜାଣନ୍ତୁ

ଇଣ୍ଡିଆନ ଟି-୨୦ ଲିଗର ଦ୍ବାଦଶ ସିଜନରେ ଚେନ୍ନାଇ ୬ଟିରୁ ୫ ମୁକାବିଲାରେ ଜିତି ନମ୍ବର ୱାନ ତାଲିକାରେ ରହିଛି। ମଙ୍ଗଳବାର ଖେଳାଯାଇଥିବା ୨୩ତମ ମୁକାବିଲାରେ ଧୋନୀଙ୍କର ଚେନ୍ନାଇ କୋଲକାତାକୁ ହରାଇଦେଲା।
ଏହି ମ୍ୟାଚ ପରେ ଚେନ୍ନାଇ ଟିମ ସକାଳୁ ଜୟପୁର ଯିବାକୁ ବାହାରିଲେ। ଏହି ସମୟରେ ଧୋନିଙ୍କ ଇନଷ୍ଟଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରାଗଲା, ଯେଉଁଥିରେ ଧୋନି ଏବଂ ସାକ୍ଷୀ ଦୁହେଁ ଚେନ୍ନାଇ ବିମାନ ବନ୍ଦରରେ ମୁଣ୍ଡତଳେ ବ୍ୟାଗ ରଖି ଭୂମିରେ ଶୋଇଥିବା ନଜର ଆସିଥିଲେ।
ଧୋନି ଫଟୋ ସେୟାର କରି ଲେଖିଛନ୍ତି,‘ଯେତେବେଳେ ଆପଣଙ୍କୁ ସକାଳୁ ସକାଳୁ ଫ୍ଲାଇଟ ଧରିବାର ଅଛି ତେବେ ଆପଣଙ୍କର ଅବସ୍ଥା ଏମିତି ହିଁ ହୋଇଥାଏ।
ଦେଖୁ ଦେଖୁ ସୋସିଆଲ ମିଡିଆରେ ଏହି ଫଟୋ ଖୁବ୍ ଭାଇରାଲ ହେଉଛି। ଯାହା ପରେ ଚେନ୍ନାଇର ଅଫିସିଆଲ ଆକାଉଣ୍ଟରେ ମଧ୍ୟ ସେୟାର କରାଯାଇଛି। ଲୋକମାନେ ଧୋନୀଙ୍କୁ ବହୁତ ପ୍ରଶଂସା କରିଛନ୍ତି।
ଏମିତି ଭିଡିଓ ତାଙ୍କର ପ୍ରଥମ ନୁହେଁ, ସେ ପ୍ରାୟ ନିଜ ଥକ୍କା ଦୂର କରିବା ପାଇଁ ଭୂମିରେ ଶୋଇଯାନ୍ତି। ଏହାପୂର୍ବରୁ ମଧ୍ୟ ସେ ଟିମ ଇଣ୍ଡିଆ ସହିତ ଏୟାରପୋର୍ଟରେ ତଳେ ଶୋଇଥିବା ନଜର ଆସିଥିଲେ। କେବଳ ଏତିକି ନୁହେଁ ସେ ଶ୍ରୀଲଙ୍କା ବିପକ୍ଷରେ ଥିବା ମ୍ୟାଚ ମଝିରେ ମଇଦାନରେ ଶୋଇଯାଇଥିଲେ।