ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାରେ ଆୟୋଜିତ ହେବ ‘LPL 3’, ଭାଗ ନେବେ ଏହି ଭାରତୀୟ ଖେଳାଳି

ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ଆର୍ଥିକ ସଙ୍କଟ ଯୋଗୁଁ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ହେଉଛି । ଏହା ମଧ୍ୟରେ ଶ୍ରୀଲଙ୍କା କ୍ରିକେଟ ଲଙ୍କା ପ୍ରିମିଅର ଲିଗ୍‌ (LPL 2022) ର ତୃତୀୟ ସିଜିନି ସିଡ୍ୟୁଲର ଘୋଷଣା କରିଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜୁଲାଇ ୩୧ ତାରିଖରୁ ଏହା ଅୟୋଜନ କରାଯିବ। ଟୁର୍ଣ୍ଣାମେଣ୍ଟର ଶେଷ ୨୧ ଅଗଷ୍ଟରେ ହେବ। ଶ୍ରୀଲଙ୍କାରେ ଏବେ ଅଷ୍ଟ୍ରେଲିଆ ଟିମ୍‌ ଟୁରରେ ରହିଛି। ଏଠାରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ଯାହା ପରେ ୫ଟି ଦିନିକିଆ ଏବଂ ଆଉ ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯିବ।

ଲଙ୍କା ପ୍ରିମିଅର ଲିଗରେ ଏପର୍ଯ୍ୟନ୍ତ ଅନେକ ଭାରତୀୟ ଖେଳାଳି ଖେଳିସାରିଛନ୍ତି। ମୁନାଫ ପଟେଲ, ମନବିନ୍ଦି ବିସଲା, ଇରଫାନ ପଠାନ, ମନପ୍ରୀତ ଗୋନି, ସୁଦୀପ ତ୍ୟାଗୀ ପ୍ରମୁଖ ରହିଛନ୍ତି। କୁହାଯାଉଛି ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ସିରିଜ ପରେ ଲଙ୍କା ପ୍ରିମିୟର ଲିଗର ଆୟୋଜନ କରାଯିବ। ଏହା ପରେ ଶ୍ରୀଲଙ୍କାରେ ଏସିଆ କପ୍‌ର ଆୟୋଜନ କରାଯିବ।

ଲଙ୍କା ପ୍ରିମିଅର ଲିଗ୍‌ ମହିନ୍ଦ୍ରା ରାଜପକ୍ଷେ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏଠାରେ ଖେଳିବା ପୂର୍ବରୁ ୫ଟି ଟିମ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ। ଯେଉଁମାନେ କଲୋମ୍ବା ଏବଂ ପ୍ରେମଦାସ କ୍ରିକେଟ ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ ଖେଳିବେ।

ଟୁର୍ଣ୍ଣାମେଣ୍ଟରେ ୨୪ଟି ମ୍ୟାଚ ଖେଳାଯିବ। ‘ଲଙ୍କା ପ୍ରିମିଅର ଲିଗ’ରେ ପ୍ଲେୟର ଡ୍ରାଫ୍ଟ ପାଇଁ ଇଣ୍ଟରନ୍ୟାସନାଲ ଖେଳାଳିଙ୍କ ପଞ୍ଜିକରଣ ଖୁବଶୀଘ୍ର ଆରମ୍ଭ ହେବ। ଏହାର ପ୍ରଥମ ସିଜିନ ୨୦୨୦ରେ ଆୟୋଜିତ ହୋଇଥିଲା। ଏହା ପରେ ୨୦୨୧ରେ ଦ୍ୱିତୀୟ ସିଜିନ ଆୟୋଜନ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟରେ ଦୁଇଟି ଯାକ ସିଜିନରେ ଜାଫନା କିଙ୍ଗସ ଜିତିଥିଲା।

ଏଥରକ ଶ୍ରୀଲଙ୍କାରେ ଆୟୋଜିତ ହେବ ଏସିଆ କପ୍‌। ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ୍‌ (ACC) ପକ୍ଷରୁ ଆୟୋଜିତ ହେଉଥିବା ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟର ୨୦୨୨ ସିଜନ୍‌ର ଆୟୋଜନ ପୂର୍ବ ନିର୍ଦ୍ଧାରିତ ସିଡ୍ୟୁଲ ମୁତାବକ ଶ୍ରୀଲଙ୍କାରେ ହିଁ ହେବ। ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୭ ମଧ୍ୟରେ ଶ୍ରୀଲଙ୍କାରେ ଆୟୋଜିତ ହେବ ଏହି ଟୁର୍ଣ୍ଣାମେଣ୍ଟ।

ଏସିଆ କପ୍‌ର ଆଗାମୀ ସିଜନ୍‌ରେ ଭାରତ ସମେତ ଶ୍ରୀଲଙ୍କା ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଅଂଶ ଗ୍ରହଣ କରିବେ। ସେହିପରି କ୍ୱାଲିଫାୟାର ଟୁର୍ଣ୍ଣାମେଣ୍ଟର ବିଜେତା ଟିମ୍‌କୁ ବି ଏସିଆର ବଡ଼ ଟିମ୍‌ ସହ ପ୍ରତିଯୋଗିତା କରିବାର ସୁଯୋଗ ମିଳିବ।