ବର ବାହାରିଛି ଟ୍ରାକ୍ଟର ଚଢ଼ି! ବରଯାତ୍ରୀ ଶୋଭାଯାତ୍ରାରେ ସାମିଲ ହେଲା ୫୧ ଟ୍ରାକ୍ଟର…ଦେଖନ୍ତୁ ମଜାଦାର ଭିଡିଓ

ବିବାହ ଋତୁ ଆସିଲେ ସୋସିଆଲ ମିଡିଆରେ ଛାଇଯାଏ ବିବାହର ଅନେକ ମଜାଦାର ଓ ଆଶ୍ଚର୍ଯ୍ୟଜନକ ଭିଡିଓ। କିଛି ଭିଡିଓ ଏମିତି ବି ଥାଏ, ଯାହା ଆମକୁ ଚକିତ କରିଦିଏ। ଆଉ କିଛି ଭିଡିଓ ଦେଖିଲେ ଆମେ ନିଜ ହସକୁ କଣ୍ଟ୍ରୋଲ କରିପାରି ନ ଥାଉ। ଏବେ ଠିକ୍‌ ଏମିତି ହିଁ ଏକ ଭିଡିଓ ଇଣ୍ଟରନେଟ୍‌ରେ ଧମାଲ କରୁଛି।

ଏହି ଭିଡିଓ ଏକ ବରଯାତ୍ରୀ ଶୋଭାଯାତ୍ରାର, ଯେଉଁଠି କନ୍ୟାକୁ ଆଣିବା ପାଇଁ କାର୍‌ କିମ୍ବା ଅନ୍ୟ କୌଣସି ଗାଡ଼ି ନୁହେଁ, ବରଂ ଟ୍ରାକ୍ଟର ବାହାରିଛି। ଆଶ୍ଚର୍ଯ୍ୟଜନକ କଥା ହେଲା, ଏହି ବରଯାତ୍ରୀ ଶୋଭାଯାତ୍ରାରେ ଗୋଟିଏ କି ଦୁଇଟି ନୁହେଁ, ପୂରା ୫୧ଟି ଟ୍ରାକ୍ଟର ସାମିଲ ହୋଇଛି, ଯେଉଁମାନେ କନ୍ୟାକୁ ଆଣିବା ପାଇଁ ତାଙ୍କ ଘର ଅଭିମୁଖେ ଯାଉଛନ୍ତି।

ଆଜିକାଲି ସମସ୍ତେ ନିଜ ବିବାହକୁ କିଛି ଭିନ୍ନ ତଥା ଖାସ୍‌ କରିବାକୁ ଚାହୁଁଛନ୍ତି, ଯେପରି ସେମାନଙ୍କ ବିବାହ ଲୋକଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ମନେ ରହିବ। ଏହି ଭାଇରାଲ ଭିଡିଓରେ ଆପଣ ଦେଖି ପାରିବେ ଯେ ଟ୍ରାକ୍ଟରଗୁଡ଼ିକ ପଛକୁ ପଛ ଏକ ଲମ୍ବା ଶୋଭାଯାତ୍ରାରେ ଯାଉଛନ୍ତି। ସମସ୍ତ ଟ୍ରାକ୍ଟର ଲାଇନ୍‌ରେ ଧୀରେ ଧୀରେ ଆଗକୁ ବଢ଼ୁଛନ୍ତି। ଯେମିତି ଲାଗୁଛି, ଯୁଦ୍ଧ ଲଢ଼ିବା ପାଇଁ ସୈନ୍ୟବାହିନୀ ରଣକ୍ଷେତ୍ରକୁ ଯାଉଛି।

ଏହି ଭିଡିଓ ରାଜସ୍ଥାନର ବୋଲି ଜଣାପଡ଼ିଛି, ଯେଉଁଥିରେ ବର ନିଜ ଶୋଭାଯାତ୍ରାରେ ୫୧ଟି ଟ୍ରାକ୍ଟର ଏବଂ ୧୫୦ ଜଣ ବରଯାତ୍ରୀଙ୍କୁ ସାମିଲ କରିଛି। ଏପରି କି, ଭିଡିଓରେ ବର ଜଣକ ନିଜେ ମଧ୍ୟ ଟ୍ରାକ୍ଟର ଚଲାଉଥିବା ଦେଖିବାକୁ ମିଳୁଛି। ଭିଡିଓକୁ ଏ ପର୍ଯ୍ୟନ୍ତ ୨୩ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି।