Below header

କଳିଙ୍ଗ ଟିଭି ଓ କେନ୍ୟୁଜର ପ୍ରଭାବ: ପ୍ରଶାସନ ନଜରକୁ ଆସିଲା ବାରିପଦା ପଣ୍ଡିତ୍‌ ରଘୁନାଥ ମୁର୍ମୁ ମେଡିକାଲ କଲେଜ

ବାରିପଦା(କେନ୍ୟୁଜ) : କଳିଙ୍ଗ ଟିଭି ଓ କେନ୍ୟୁଜରେ ଖବର ପ୍ରସାରଣ ପରେ ପ୍ରଶାସନ ନଜରକୁ ଆସିଲା ବାରିପଦା ପଣ୍ଡିତ୍‌ ରଘୁନାଥ ମୁର୍ମୁ ମେଡିକାଲ କଲେଜ । ଦୀର୍ଘ ଦିନରୁ କାର୍ଯ୍ୟକ୍ଷମ ନହୋଇ ପଡି ରହିଥିବା ନୂତନ ଶବ ବ୍ୟବଚ୍ଛେଦ ଗୃହ ଓ ଶୀତତାପ ନିୟନ୍ତ୍ରିତ ଶବ ଗୃହକୁ ଲୋକାର୍ପିତ କରିଛନ୍ତି ଜିଲ୍ଲାପାଳ । ଅନ୍ୟାନ୍ୟ ସମସ୍ୟାକୁ ମଧ୍ୟ ଶୀଘ୍ର ସମାଧାନ କରି ମେଡିକାଲ କଲେଜରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ମେଡିକାଲ କଲେଜର ଅବ୍ୟବସ୍ଥା ସାଙ୍ଗକୁ ଭିତ୍ତିଭୂମି ଥାଇ ମଧ୍ୟ ରୋଗୀଙ୍କ ସେବାରେ ଆସୁନଥିବା ନେଇ ଜୁନ୍‌ ୧ ତାରିଖ ଦିନ କଳିଙ୍ଗଟିଭି ରିପୋର୍ଟର ସ୍ପେସାଲରେ ଖବର ପ୍ରସାରଣ କରାଯାଇଥିଲା । ଏହା ପରେ ପ୍ରଶାସନର ତତ୍ପରତା ଦେଖାଇ ମେଡିକାଲ କଲେଜ ପରିସରରେ କାର୍ଯ୍ୟକ୍ଷମ ନହୋଇ ପଡି ରହିଥିବା ନୂତନ ଶବ ବ୍ୟବଚ୍ଛେଦ ଗୃହକୁ ଲୋକାର୍ପିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.