ଆନନ୍ଦପୁର ବନଖଣ୍ଡ ହଦଗଡ଼ ହସ୍ତି ଅଭୟାରଣ୍ୟ ପିତାନାଉ ଜଙ୍ଗଲରେ ହାତୀ ଦଳ ମଧ୍ୟରେ ସଂଘର୍ଷ, ଦନ୍ତାର ମୃତ୍ୟୁ
ଆନନ୍ଦପୁର(କେନ୍ୟୁଜ): ହାତୀ ଦଳ ମଧ୍ୟରେ ସଂଘର୍ଷ, ଦନ୍ତାର ମୃତ୍ୟୁ । ଆନନ୍ଦପୁର ବନଖଣ୍ଡ ହଦଗଡ଼ ହସ୍ତି ଅଭୟାରଣ୍ୟ ପିତାନାଉ ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ହୋଇଛି। ବନବିଭାଗ ଅଧିକାରୀଙ୍କ ସୂଚନାନୁଯାୟୀ, ଗତକାଲି ଗତକାଲି ୮ ଟିକିଆ ହାତୀପଲ ଜଙ୍ଗଲରେ ବୁଲୁଥିବାବେଳେ ଦୁଇଟି ଦନ୍ତା ମଧ୍ୟରେ ସଂଘର୍ଷ ହୋଇଥିଲା।
ଏଥିରେ ୩୦ ବର୍ଷିୟ ହାତୀ ଜଙ୍ଗଲରୁ କିଛି ବାଟ ତଳକୁ ଖସିପଡିଥିଲା । ପରେ ହାତୀଟି ମୃତ୍ୟୁ ହୋଇଥିଲା । ଆଜି ଆନନ୍ଦପୁର ଡିଏଫଓ, ହଦଗଡ ରେଞ୍ଜର ଓ ଅନ୍ୟ ବନକର୍ମଚାରୀ ପହଂଚିଛନ୍ତି । ବ୍ୟବଚ୍ଛେଦ ପରେ ଅଧିକ ତଥ୍ୟ ମିଳିପାରିବ ବୋଲି କହିଛନ୍ତି ଡିଏଫ୍ଓ ।