ପୋଲିସ ଅଫିସର ଝିଅ ପ୍ରେମରେ ଗିରଫ ହୋଇଥିଲେ ମୟଙ୍କ ଅଗ୍ରଓ୍ଵାଲ, ଜାଣନ୍ତୁ ପୁରା ଖବର

କ୍ରିକେଟର ମୟଙ୍କ ଅଗ୍ରଓ୍ଵାଲ ନିକଟରେ ଭାରତୀୟ ଟେଷ୍ଟ ଫ୍ଲାଇଂ ଇଲେଭେନ ୧୧ କୁ ଫେରିଥିଲେ। ଏହା ପରେ ଶତକ ଏବଂ ଅର୍ଦ୍ଧଶତକ କରି ଆଇସିସି ‘ପ୍ଲେଅର ଅଫ୍‌ ଦ ମନ୍ଥ’ ଆଓ୍ଵାର୍ଡ ଜିତିଥିଲେ ମୟଙ୍କ। ଖେଳ ଭଳି ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବେଶ୍‌ ରୋମାଞ୍ଚକ।

କର୍ଣ୍ଣାଟକର ଡିଜି ତଥା ଆଇଜିପି ପରବିନ ସୁଦଙ୍କ ଝିଅ ପ୍ରେମରେ ଉବୁଟୁବୁ ଥିଲେ ମୟଙ୍କ। ଦୀର୍ଘ ୭ ବର୍ଷ ଧରି ଅଶିତା ସୁଦଙ୍କ ସହିତ ଡେଟ୍‌ କରିବା ପାଇଁ ତାଙ୍କ ପ୍ରେମରେ ପାଗଳ ମଧ୍ୟ ହୋଇଥିଲେ। ଅର୍ଥାତ୍‌ ଅଶିତାଙ୍କୁ ଏତେ ଭଲ ପାଉଥିଲେ ଯେ, ତାଙ୍କ ବାପା ପୋଲିସ ଡିଜି ଥିବା କଥା ଜାଣି ମଧ୍ୟ ପଛଘୁଞ୍ଚା ଦେଇନଥିଲେ ମୟଙ୍କ।

ଅଶିତାଙ୍କୁ ମୟଙ୍କ ଫିଲ୍ମ ଷ୍ଟାଇଲରେ ପ୍ରପୋଜ କରିଥିଲେ। ଜାନୁଆରୀ ୨୦୧୮ ଥେମସ୍‌ ନଦୀ କୂଳରେ ଥିବା ‘ଲଣ୍ଡନ ଆଇ’ ଝୁଲାରେ ଅଶିତାଙ୍କୁ ମୁଦି ପିନ୍ଧାଇଥିଲେ। ତା’ ପରେ ମୟଙ୍କ ଜୁନ ୪, ୨୦୧୮ରେ ଅଶିତାଙ୍କୁ ବିବାହ କରିଥିଲେ।

ଅଶିତା କୁଇନ ମେରି ୟୁନିଭରସିଟି ଏବଂ ଲଣ୍ଡନରେ ମାଷ୍ଟର ଅଫ୍‌ ଲ ପଢିଛନ୍ତି। ଅଶିତା ସୁଦ କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋରର ବାସିନ୍ଦା। ଅସିତା ପେଶାରେ ଜଣେ ଓକିଲ। ମୟଙ୍କ ଏବଂ ଅଶିତା ନୁହେଁ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରୁହନ୍ତି।

ସାଉଥ ଆଫ୍ରିକା ଟୁରରେ ଥିବା ମୟଙ୍କଅଗ୍ରଓ୍ଵାଲ ପ୍ରଥମ ଟେଷ୍ଟ ମ୍ୟାଚରେ ୧୧୩ ରନ୍‌ କରି ୨୦ଟି ଚଉକା ମାରିଥିଲେ। ମୟଙ୍କ କ୍ରିକେଟରୁ ଫ୍ରି ହେବା ପରେ ନିଜ ପରିବାର ସହିତ ସମୟ ବିତେଇବାକୁ ପସନ୍ଦ କରନ୍ତି।