ରାଜ୍ୟରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କ୍ରୀଡା କ୍ଷେତ୍ରରେ ୧୩ ଶହ ୫ କୋଟି ଟଙ୍କାର ବ୍ୟୟ ବରାଦ

ରାଜ୍ୟରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କ୍ରୀଡା କ୍ଷେତ୍ରରେ ୧୩ ଶହ ୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ପୁଣି କ୍ରୀଡାକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ୨୦୧୭-୧୮ବଜେଟରେ କ୍ରୀଡା ପାଇଁ ୧୪୯ କୋଟି ଟଙ୍କା ବ୍ୟୟ ବରାଦ ଥିଲା ।

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କ୍ରୀଡା କ୍ଷେତ୍ରରେ ୧୩ ଶହ ୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ପୁଣି କ୍ରୀଡାକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ୨୦୧୭-୧୮ବଜେଟରେ କ୍ରୀଡା ପାଇଁ ୧୪୯ କୋଟି ଟଙ୍କା ବ୍ୟୟ ବରାଦ ଥିଲା । ତେବେ ୨୦୨୩-୨୪ ଆଥିକ ବଜେଟରେ ୧୨ ଶହ ୧୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା ।

ଚଳିତ ବଜେଟରେ ସ୍ପୋଟ୍ସ ଇନମ୍ପ୍ରା ଓ ମ୍ୟାନେଜମେଣ୍ଟ ପାଇଁ ୮୫୨ କୋଟି ଓ କ୍ରୀଡା ଶିକ୍ଷାର ବିକାଶ ପାଇଁ ୩୪୫ କୋଟି ମଞ୍ଜୁର ହୋଇଛି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିଥିବା ଓଡ଼ିଆ ଖେଳାଳିଙ୍କୁ ପ୍ରୋତ୍ସାହିତ କରୁଛନ୍ତି ରାଜ୍ୟ ସରକାର। ସେମାନଙ୍କୁ ସମ୍ୱର୍ଦ୍ଧିତ କରି ପ୍ରୋତ୍ସାହିତ କରିବା ସହିତ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।

ଓଡ଼ିଶାରେ କେବଳ କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ହୋଇଛି ତାହା ନୁହଁ, ଓଡ଼ିଆ ଖେଳାଳି ବି ବିଶ୍ବ ସ୍ତରରେ ନିଜ ଛାପ ଛାଡୁଛନ୍ତି । ଓଡ଼ିଶା ପାଲଟିଛି କ୍ରୀଡ଼ା ହବ୍ , ଭୁବନେଶ୍ଵର ପାଲଟି ଯାଇଛି ଦେଶର କ୍ରୀଡ଼ା କ୍ୟାପିଟାଲ।

You might also like