ବିରାଟଙ୍କୁ ନେଇ କହିଥିବା କଥାରୁ ଓହରିଲେ ଏବି ଡିଭିଲିୟର୍ସ, କହିଲେ‘ ମୋତେ କ୍ଷମା କରିବେ..

ଡିଭିଲିୟର୍ସ କହିଛନ୍ତି, ମୁଁ ବହୁତ ବଡ ଭୁଲ୍‌ କରିଛି । ବିରାଟଙ୍କୁ ନେଇ ଯେଉଁ ସୂଚନା ଦେଇଥିଲି, ତା’ ଭୁଲ ଥିଲା । ବିରାଟ ଦେଶ ପାଇଁ ଖେଳୁଛନ୍ତି, ଆଉ ବ୍ରେକ ନେବାର ଅଧିକାର ତାଙ୍କର ରହିଛି । ପରିବାର ପ୍ରଥମେ.. ତା’ ପରେ କ୍ରିକେଟ ।

ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍‌ ପଡିଛନ୍ତି । ବାକି ଥିବା ୩ଟି ଟେଷ୍ଟ ମ୍ୟାଚ ଖେଳିବେ କି ନାହିଁ ତା’ ସ୍ପଷ୍ଟ ହୋଇନାହିଁ । ସିରିଜର ଦୁଇଟି ମ୍ୟାଚରୁ ବିରାଟ ବ୍ରେକ ନେଇଥିଲେ । ଆଉ କିଛି ଦିନ ପୂର୍ବରୁ ସାଉଥ ଆଫ୍ରିକାର ପୂର୍ବତନ କ୍ରିକେଟର ତଥା ବିରାଟଙ୍କ ଭଲ ସାଙ୍ଗ ଏବି ଡିଭିଲିୟର୍ସ ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଥିଲେ କି ବିରାଟ ଖୁବଶୀଘ୍ର ଦ୍ୱିତୀୟ ଥର ବାପା ହେବାକୁ ଯାଉଛନ୍ତି ଆଉ ପରିବାର ସହିତ ସମୟ ବିତାଉଛନ୍ତି । ଏବେ ଏହି ବୟାନ ପାଇଁ କ୍ଷମା ମାଗିଛନ୍ତି ଡିଭିଲିୟର୍ସ ।

ଡିଭିଲିୟର୍ସ କହିଛନ୍ତି, ମୁଁ ବହୁତ ବଡ ଭୁଲ୍‌ କରିଛି । ବିରାଟଙ୍କୁ ନେଇ ଯେଉଁ ସୂଚନା ଦେଇଥିଲି, ତା’ ଭୁଲ ଥିଲା । ବିରାଟ ଦେଶ ପାଇଁ ଖେଳୁଛନ୍ତି, ଆଉ ବ୍ରେକ ନେବାର ଅଧିକାର ତାଙ୍କର ରହିଛି । ପରିବାର ପ୍ରଥମେ.. ତା’ ପରେ କ୍ରିକେଟ । ବିରାଟ ପରିବାର ଯୋଗୁଁ ମ୍ୟାଚରୁ ବ୍ରେକ ନେଇଛନ୍ତି । ତେଣୁ ବିରାଟଙ୍କ ସମସ୍ତ ଫ୍ୟାନ୍ସଙ୍କୁ କହୁଛି କି, ସେମାନେ ତାଙ୍କ ଭଲ ପାଇଁ ପ୍ରାର୍ଥନା କରନ୍ତୁ । ବିରାଟଙ୍କ ବ୍ରେକ ନେବାର କାରଣ ଯାହା ହେଉ ନା କାହିଁକି, ଆଶା କରୁଛି କି, ସେ ପଡିଆକୁ ମଜବୁତ ହୋଇ ଫେରନ୍ତୁ ।

ସୂଚନାଯୋଗ୍ୟ, ବିରାଟଙ୍କ ବ୍ରେକ ନେବାର କିଛି ଦିନ ପରେ ତାଙ୍କ ମା’ଙ୍କ ଦେହ ଭଲ ନଥିବା ଖବର ମିଳିଥିଲା । ତେଣୁ ସେ ବ୍ରେକ ନେଇଛନ୍ତି । ଏହାପରେ ବିରାଟଙ୍କ ଭାଇ ବିକାଶ କୋହଲି ସୋସିଆଲ ମିଡିଆରେ ଏହା ଭୁଲ୍‌ ବୋଲି କହିଥିଲେ । ଏହାପୂର୍ବରୁ ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଥିଲା । ଯାହାକୁ ନେଇ ଫ୍ୟାନ୍ସ ବିରାଟ ଖୁବଶୀଘ୍ର ବାପା ହେବେ ବୋଲି ଅନୁମାନ କରୁଥିଲେ ।

ଭାରତ- ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳାଯାଉଛି । ଟେଷ୍ଟ ସିରିଜର ଦୁଇଟି ମ୍ୟାଚ ସରିଥିବା ବେଳେ ଆଉ ୩ଟି ବାକି ରହିଛି । ସିରିଜ ୧-୧ରେ ବରାବର ରହିଛି । ପ୍ରଥମ ଦୁଇଟି ଟେଷ୍ଟରେ ବିରାଟ ଖେଳିନଥିଲେ । ତେବେ ବାକିଥିବା ୩ଟି ଟେଷ୍ଟରେ ବିରାଟ ଖେଳିବେ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.