ଆପଲ୍ ୟୁଜରଙ୍କ ପାଇଁ ଖୁସି ଖବର, ଆସିପାରେ Galaxy Z Flip ଡିଜାଇନର ଆପଲ୍ ଆଇଫୋନ୍

ଆପଲ୍ ଫ୍ୟାନ୍ସଙ୍କ ଦୀର୍ଘ ଅପେକ୍ଷା ଶୀଘ୍ର ଶେଷ ହୋଇପାରେ । ଆଇଫୋନ୍ ନିର୍ମାତା ଦୁଇଟି ଫୋଲଡେବଲ୍ ଡିଭାଇସରେ କାମ କରୁଛି, ଯେଉଁଥିରେ ଏକ ଫୋଲଡେବଲ୍ ଆଇପ୍ୟାଡ୍ ଏବଂ ଏକ କ୍ଲାମସେଲ ଡିଜାଇନ୍ ସହିତ ଏକ iPhone Flip ଅନ୍ତର୍ଭୁକ୍ତ । ଆପଲ୍ ଏହି ଫୋଲଡେବଲ୍ ଡିଭାଇସଗୁଡ଼ିକର ପ୍ରୋଟୋଟାଇପ୍ ଡେଭଲପ କରିଛି ।

ଆପଲ୍ ଫ୍ୟାନ୍ସଙ୍କ ଦୀର୍ଘ ଅପେକ୍ଷା ଶୀଘ୍ର ଶେଷ ହୋଇପାରେ । ଆଇଫୋନ୍ ନିର୍ମାତା ଦୁଇଟି ଫୋଲଡେବଲ୍ ଡିଭାଇସରେ କାମ କରୁଛି, ଯେଉଁଥିରେ ଏକ ଫୋଲଡେବଲ୍ ଆଇପ୍ୟାଡ୍ ଏବଂ ଏକ କ୍ଲାମସେଲ ଡିଜାଇନ୍ ସହିତ ଏକ iPhone Flip ଅନ୍ତର୍ଭୁକ୍ତ । ଆପଲ୍ ଏହି ଫୋଲଡେବଲ୍ ଡିଭାଇସଗୁଡ଼ିକର ପ୍ରୋଟୋଟାଇପ୍ ଡେଭଲପ କରିଛି । ରିପୋର୍ଟ ଅନୁଯାୟୀ, ଆପଲ୍ ର ଫ୍ଲିପ୍ ଡିଜାଇନର ଆଇଫୋନ Samsung Galaxy Z Flip ପରି ହୋଇପାରେ । ଯଦି ଆପଲ୍ ଏହି ଫୋଲଡେବଲ୍ ଡିଭାଇସ୍ ଲଞ୍ଚ କରେ, ତେବେ ଏହା ଆଇଫୋନ୍ ପାଇଁ ଏପର୍ଯ୍ୟନ୍ତ ସବୁଠାରୁ ବଡ ଡିଜାଇନ୍ ଚେଞ୍ଜ ହେବ ।

ଆପଲର ଏହି ଫ୍ଲିପ୍ ଡିଜାଇନ୍ ଆଇଫୋନ୍ ଚଳିତ ବର୍ଷ ଲଞ୍ଚ ହେବ ନାହିଁ, କାରଣ ଏହା ଡେଭଲପମେଣ୍ଟ ଫେଜରେ ଅଛି । ଏହାର ମାସ୍ ପ୍ରଡକ୍ସନ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ହୋଇପାରେ । ଏହି ଫୋଲଡେବଲ୍ ଆଇଫୋନ୍ ଏବଂ ଆଇପ୍ୟାଡ୍ ପାଇଁ ଆପଲ୍ ଏସିଆର ଏକ ସପ୍ଲାୟରଙ୍କ ସହ କଥା ହୋଇଛି । ଯଦି ଡିଭାଇସର କ୍ୱାଲିଟି ଆପଲ୍ ଷ୍ଟାଣ୍ଡାର୍ଡ ସହିତ ନଥାଏ ତେବେ ଆପଲ୍ ଏହାର ଫୋଲଡେବଲ୍ ଡିଭାଇସର ଲଞ୍ଚକୁ ସ୍ଥଗିତ ମଧ୍ୟ ରଖିପାରେ । ଆପଲ୍ ର ଏହି ଫ୍ଲିପ୍ ଡିଜାଇନ୍ ଆଇଫୋନର ଡିସପ୍ଲେ ସ୍ମାର୍ଟଫୋନ୍ ବାହାରେ ଇନଷ୍ଟଲ୍ ହେବ ।  ଏହି ଫ୍ଲିପ୍ ଷ୍ଟାଇଲ୍ ଫୋଲଡେବଲ୍ iPhone ସହିତ ଆପଲ୍ ଏକ ବଡ ସ୍କ୍ରିନ ଫୋଲଡେବଲ୍ ଆଇପ୍ୟାଡରେ ମଧ୍ୟ କାମ କରୁଛି । ଏହି ଆଇପ୍ୟାଡର ଫୋଲଡେବଲ୍ ସ୍କ୍ରିନ୍ ୮ ଇଞ୍ଚ ହୋଇପାରେ । ଆପଲ୍ ଇଞ୍ଜିନିୟରମାନେ ବର୍ତ୍ତମାନ ଏହି ସ୍କ୍ରିନର ଡ୍ୟୁରେବେଲିଟି ଟେଷ୍ଟ କରୁଛନ୍ତି ।

ଫୋଲଡେବଲ୍ iPhone ପରି ଆପଲର ଫୋଲଡେବଲ୍ ଆଇପ୍ୟାଡ୍ ଚଳିତ ବର୍ଷ ଲଞ୍ଚ ହେବ ନାହିଁ । ଆସନ୍ତା ବର୍ଷ ସୁଦ୍ଧା ଏହା ବଜାରରେ ଲଞ୍ଚ ହୋଇପାରେ । ଆପଲ୍ ଆନାଲିଷ୍ଟ ମିଙ୍ଗ୍-ଚି-କୁଓଙ୍କ ଅନୁଯାୟୀ, ଆପଲର ଏହି ଫ୍ଲିପ୍ ଡିଜାଇନ୍ ହୋଇଥିବା Galaxy Z Flip 4 ପରି ୭.୬ ଇଞ୍ଚ ଡିସପ୍ଲେ ଦେଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.