Below header

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ ପାଇଁ ସୋମବାରରୁ ଟିକେଟ୍‌ ବିକ୍ରି, ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍‌

ମାର୍ଚ୍ଚ ୧୦ ତାରିଖରେ ଭାରତ ତାର ପ୍ରଥମ ମ୍ୟାଚ୍‌ ଜର୍ମାନୀ ସହିତ ଖେଳିବ । ମାର୍ଚ୍ଚ ୧୧ରେ ଜର୍ମାନୀ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ ।

ରାଉରକେଲା (କେନ୍ୟୁଜ୍‌) : ଆସନ୍ତା ମାର୍ଚ୍ଚ ମାସରେ ପୁଣି ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ପାଇଁ ରହିଛି ଆନ୍ତର୍ଜାତିକ ହକି ପ୍ରତିଯୋଗିତା । ରାଉରକେଲା ଠାରେ ଆରମ୍ଭ ହେବ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ ୨୦୨୨-୨୩ । ଏହି ଲିଗ୍‌ ଗତ ବର୍ଷ ଅକଟୋବର ମାସରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା । ତେବେ ଆଗାମୀ ପର୍ଯ୍ୟାୟ ନୂତନ ଭାବେ ନିର୍ମିତ ହୋଇଥିବା ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ।
ବିଶ୍ୱର ସବୁଠାରୁ ବଡ଼ ହକି ଷ୍ଟାଡିୟମର ମାନ୍ୟତା ପାଇଥିବା ବିର୍ସାମୁଣ୍ଡା ଷ୍ଟାଡିୟମରେ ଆୟୋଜକ ଭାରତ ସମେତ ବିଶ୍ୱ ଚାମ୍ପିଅନ୍‌ ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟ ଲଢ଼େଇ କରିବେ । ଏହି ମ୍ୟାଚ୍‌ ପାଇଁ ଆସନ୍ତାକାଲି ଠାରୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ ହେବ । ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଡବଲ ହେଡର ମ୍ୟାଚ୍‌ ପାଇଁ ଦର୍ଶକମାନେ ଟିକେଟ୍‌ କିଣି ପାରିବେ ।

BIRSA-2

ମାର୍ଚ୍ଚ ୧୦ ତାରିଖରେ ଭାରତ ତାର ପ୍ରଥମ ମ୍ୟାଚ୍‌ ଜର୍ମାନୀ ସହିତ ଖେଳିବ । ମାର୍ଚ୍ଚ ୧୧ରେ ଜର୍ମାନୀ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ । ସେହିପରି ମାର୍ଚ୍ଚ ୧୨ରେ ଭାରତ-ଅଷ୍ଟ୍ରେଲିଆ ଏବଂ ୧୩ରେ ଭାରତ-ଜର୍ମାନୀ, ୧୪ରେ ଜର୍ମାନୀ-ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ମାର୍ଚ୍ଚ ୧୫ରେ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ ।

ଏହି ସବୁ ମ୍ୟାଚ୍‌ ପାଇଁ ଟିକେଟ୍‌ ମୂଲ୍ୟ ୫୦୦, ୪୦୦, ୨୦୦ ଓ ୧୦୦ ଟଙ୍କା ରହିଛି । ଦର୍ଶକ www.ticketgenie.in  ଅନ୍‌ ଲାଇନ୍‌ରେ ଟିକେଟ କିଣି ପାରିବେ । ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କି କହିଛନ୍ତି କି ହକି ବିଶ୍ୱକପ୍‌ର ସଫଳ ଆୟୋଜନ ପରେ ପୁଣି ରାଉରକେଲାକୁ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଫେରିବା ଖୁସିର କଥା । ଏହାକୁ କ୍ରୀଡ଼ାପ୍ରେମୀ ଖୁବ୍‌ ଉପଭୋଗ କରିବେ ବୋଲି ଦିଲୀପ ଆଶା ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.