Below header

ପାକିସ୍ତାନ କ୍ରିକେଟ ବୋର୍ଡକୁ ଝଟକା, ଭାରତ-ପାକିସ୍ତାନ ମ୍ୟାଚ ଅହମଦାବାଦରେ ହିଁ ହେବ

ପାକିସ୍ତାନ କ୍ରିକେଟ ବୋର୍ଡକୁ ଝଟକା ଦେଲା ବିସିସିଆଇ । ଭାରତ ପାକିସ୍ତାନ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ପିସିବିର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି ଆଇସିସି ଏବଂ ବିସିସିଆଇ ।

ଚଳିତବର୍ଷ ଦିନିକିଆ ବିଶ୍ୱକପ୍ ୨୦୨୩ ର ଆୟୋଜନ ଭାରତରେ ହେଉଛି । ଟୁର୍ଣ୍ଣାମେଣ୍ଟର ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଆଜି ଘୋଷଣା ହେବ । ବିଶ୍ୱକପ୍ ୨୦୨୩ ମ୍ୟାଚ୍ ଭାରତର ୧୨ଟି ପଡ଼ିଆରେ ଖେଳାଯିବ। ଆଉ ଭାରତ ପାକିସ୍ତାନ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଉଭୟ ଆଇସିସି ଓ ବିସିସିଆଇ ପାକିସ୍ତାନର ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ ଏହି ମ୍ୟାଚର ଭେନ୍ୟୁ ପରିବର୍ତ୍ତନ କରିବାକୁ ବିସିସିଆଇ ନିକଟରେ ଦାବି କରିଥିଲା । ଯେଉଁଥିପାଇଁ ଆଇସିସି ବିଶ୍ବକପ୍‌ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିବାକୁ ବିଳମ୍ବ କରୁଥିଲା ।

ଏହାକୁ ନେଇ ବିସିସିଆଇ ଜଣେ ଅଧିକାରୀ କହିଛନ୍ତି, ଭାରତ ଓ ପାକିସ୍ତାନ ମ୍ୟାଚ ଅହମଦାବାଦରେ ଖେଳାଯିବ । ପାକିସ୍ତାନ ଭେନ୍ୟୁ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲା । କିନ୍ତୁ ଏହାକୁ ଆଇସିସି ଓ ବିସିସିଆଇ ଉଭୟେ ମନା କରିଦେଇଛନ୍ତି । ଏହା ଟୁର୍ଣ୍ଣାମେଣ୍ଟର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ । ଏହି ମ୍ୟାଚ ଦେଖିବାକୁ ୧ ଲକ୍ଷରୁ ଅଧିକ କ୍ରିକେଟ ଫ୍ୟାନ୍ସ ଆସିପାରନ୍ତି । ତେଣୁ ଏହାକୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳିବାକୁ ନିର୍ଦ୍ଧାରଣ କରାଯାଇଛି ।

ଅହମ୍ମଦାବାଦରେ ଭାରତ ବିପକ୍ଷରେ ଲିଗ୍ ମ୍ୟାଚ୍ ଖେଳିବେ ନାହିଁ ପାକିସ୍ତାନ ପକ୍ଷରୁ ମନା କରାଯାଇଥିଲା । ଏହାସହିତ ଚେନ୍ନାଇରେ ଆଫଗାନିସ୍ତାନ ବିପକ୍ଷରେ ଏବଂ ବାଙ୍ଗାଲୋରରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ଚାହୁଁନାହିଁ। ତେବେ ଏହାକୁ ନେଇ ବିସିସିଆଇ ଏବଂ ଆଇସିସି ପାକିସ୍ତାନ କ୍ରିକେଟ୍ ବୋର୍ଡର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପୂର୍ବରୁ ସ୍ଥିର ହୋଇଥିବା ଡ୍ରାଫ୍ଟ ସୂଚୀ ଅନୁଯାୟୀ ଏହି ମ୍ୟାଚ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୫ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।

ଏହାସହିତ ଯେଉଁ ଟିମ୍‌ ଆୟୋଜନ କରୁଛି, ସେମାନଙ୍କ ପାଖରେ ଭେନ୍ୟୁ ନିର୍ଦ୍ଧାରଣ କରିବାର ଅଧିକାର ରହିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ ।

ସୂଚନାଯୋଗ୍ୟ, ବିଶ୍ବକପ ୨୦୨୩ ମ୍ୟାଚରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୫ ଅକ୍ଟୋବରରେ ମ୍ୟାଚ୍‌ ଖେଳାଯିବ । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ୮ ଅକ୍ଟୋବରରୁ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଚେନ୍ନାଇରେ ଖେଳାଯିବ । ଏହାପରେ ଅକ୍ଟୋବର ୧୧ରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯବ । ପୁନେ, ଧର୍ମଶାଳା, ଲକ୍ଷ୍ନୌ ଏବଂ ମୁମ୍ବାଇରେ ଭାରତର ମ୍ୟାଚ୍‌ ଖେଳାଯିବ ।

ଖବର ମୁତାବକ, ବିଶ୍ବକପ ପାଇଁ ୯ଟି ସ୍ଥାନ ପାଇଁ ଲିଷ୍ଟ କରାଯାଇଛି । ଅହମଦାବାଦ, ଚେନ୍ନାଇ, ଲକ୍ଷ୍ନୌ, ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ, କୋଲକତା, ପୁନେ, ଧର୍ମଶାଳା ସାମିଲ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.