ଉପାସରେ ପ୍ରଭୁ ଗୋପାଳଜିଉ : ଗତକାଲିଠୁ ସାକ୍ଷୀଗୋପାଳ ମନ୍ଦିରରେ ଦେବ ନୀତି ବନ୍ଦ କଲେ ସେବାୟତ

ଉପାସରେ ପ୍ରଭୁ ଗୋପାଳଜିଉ। ଗତକାଲିଠାରୁ ସାକ୍ଷୀଗୋପାଳ ମନ୍ଦିର ସେବାୟତମାନେ ଦେବ ନୀତି ବନ୍ଦ କରିଛନ୍ତି। ସେବାୟତଙ୍କ ଶ୍ମଶାନ ଭାଙ୍ଗିବା ପ୍ରତିବାଦ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ସେବାୟତମାନେ ଧାରଣାରେ ବସିଛନ୍ତି।

ପିପିଲି (କେନ୍ୟୁଜ): ଉପାସରେ ପ୍ରଭୁ ଗୋପାଳଜିଉ। ଗତକାଲିଠାରୁ ସାକ୍ଷୀଗୋପାଳ ମନ୍ଦିର ସେବାୟତମାନେ ଦେବ ନୀତି ବନ୍ଦ କରିଛନ୍ତି। ଗୋପାଳଜିଉଙ୍କ ମୁଖ୍ୟ ଦ୍ୱାର ବନ୍ଦ କରି ଧାରଣା ଦେଇଛନ୍ତି ସେବାୟତ। ଫଳରେ ଦର୍ଶନରୁ ବଞ୍ଚିତ ହୋଇ ଫେରିଛନ୍ତି ଶହ ଶହ ଭକ୍ତ। ସେବାୟତଙ୍କ ଶ୍ମଶାନ ଭାଙ୍ଗିବା ପ୍ରତିବାଦ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ସେବାୟତମାନେ ଧାରଣାରେ ବସିଛନ୍ତି। ରଥଯାତ୍ରା ସମୟ ଥିବାରୁ ଏଠାରେ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାର ଭକ୍ତଙ୍କ ଗହଳି ଲାଗେ। ଏହି ସମୟରେ ଗୋପାଳଜିଉଙ୍କ ଦର୍ଶନ ନ ମିଳିବାରୁ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.