YouTube ରେ ଖୁବଶୀଘ୍ର ଆସିବ Online Games, କମ୍ପାନୀ କରୁଛି ଖାସ ପ୍ରସ୍ତୁତି

କମ୍ପାନୀ ନିଜ ପ୍ଲାଟଫର୍ମରେ ଅନଲାଇନ ଗେମ୍‌ ଆଣିବା ପାଇଁ ପରୀକ୍ଷା କରୁଛି । କମ୍ପାନୀ ନିଜ କର୍ମଚାରୀଙ୍କୁ YouTubeର ନୂଆ ପଡକ୍ଟ ‘Playables’ କୁ ୟୁଜ କରିବା ପାଇଁ ଇନଭାଇଟ କରିଛି । YouTube ର ଅନଲାଇନ ଗେମ୍‌ ଗୁଡ଼ିକ ୱେବ ବ୍ରାଉଜର, ଆଣ୍ଡ୍ରଏଡ କିମ୍ବା iOS ମୋବାଇଲରେ ଖେଳି ପାରିବେ ।

YouTube ୟୁଜର୍ସଙ୍କୁ ଖୁବଶୀଘ୍ର ଏକ ଉପହାର ମିଳିବାକୁ ଯାଉଛି । କମ୍ପାନୀ ନିଜ ପ୍ଲାଟଫର୍ମରେ ଅନଲାଇନ ଗେମ୍‌ ଆଣିବା ପାଇଁ ପରୀକ୍ଷା କରୁଛି । ମିଳିଥିବା ସୂଚନା ଅନୁସାରେ Google କର୍ମଚାରୀଙ୍କୁ ଏସମ୍ପର୍କିତ ଏକ ଇମେଲ ମିଳିଛି । କମ୍ପାନୀ ନିଜ କର୍ମଚାରୀଙ୍କୁ YouTubeର ନୂଆ ପଡକ୍ଟ ‘Playables’ କୁ ୟୁଜ କରିବା ପାଇଁ ଇନଭାଇଟ କରିଛି । ରିପୋର୍ଟରେ କୁହାଯାଇଛି, ଯେଉଁ ଗେମ୍ସ ଗୁଡ଼ିକ ପରୀକ୍ଷା ପାଇଁ ଦିଆଯାଇଛି , ସେଥି ମଧ୍ୟରୁ ଆର୍କେଡ ଗେମ୍‌ Stack Bounce ଭଳି ଗେମ ମଧ୍ୟ ସାମିଲ ରହିଛି ।

ରିପୋର୍ଟ ଅନୁସାରେ YouTube ର ଅନଲାଇନ ଗେମ୍‌ ଗୁଡ଼ିକ ୱେବ ବ୍ରାଉଜର, ଆଣ୍ଡ୍ରଏଡ କିମ୍ବା iOS ମୋବାଇଲରେ ଖେଳି ପାରିବେ । ଜଣେ ମୁଖପାତ୍ର କହିଛନ୍ତି ଯେ, YouTube ଦୀର୍ଘ ସମୟ ଧରି ଅନଲାଇନ ଗେମିଙ୍ଗ ଉପରେ ଫୋକସ କରିଆସୁଛି । କମ୍ପାନୀ ଅନେକ ନୂଆ ଫିଚର୍ସ ପାଇଁ ମଧ୍ୟ କାମ କରୁଛି । କିନ୍ତୁ ଏହାକୁ ଲଞ୍ଚ କରିବା ନେଇ କୌଣସି ପ୍ରସ୍ତୁତି ହୋଇନାହିଁ ।

ରିପୋର୍ଟ ଅନୁସାରେ କର୍ମଚାରୀମାନଙ୍କୁ ଯେଉଁ ଗେମ୍ସ ପରୀକ୍ଷା କରିବା ପାଇଁ ଦିଆଯାଇଛି, ସେଥିରେ ଭିନ୍ନ ଭିନ୍ନ ଗେମ୍ସ ରହିଛି । କିନ୍ତୁ Stack Bounceକୁ ନେଇ ସ୍ୱତନ୍ତ୍ର ଭାବେ କୁହାଯାଇଛି । ଅନଲାଇନ ଗେମ୍‌ YouTube ପାଇଁ ବ୍ୟବସାୟର ଏକ ମାଧ୍ୟମ ହୋଇପାରିବ ।

YouTube ଏହା ସହିତ ଆହୁରି ଅନେକ ଫିଚର୍ସ ଉପରେ କାମ କରୁଛି । ତେବେ YouTube ନିଜର ପ୍ରଥମ ଅଫିସିଆଲ ଶପିଙ୍ଗ ଚ୍ୟାନେଲ ଆଣୁଛି । ତେବେ ଏହି ଚ୍ୟାନେଲ ପ୍ରଥମେ ସାଉଥ କୋରିଆରେ ଜୁନ ୩୦ରେ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.