Below header

‘କ୍ରିକ୍‌ କିଙ୍ଗଡମ’ର ବ୍ରାଣ୍ଡଆମ୍ବାସାଡାର ହେଲେ ରୋହିତ, ଏମିତି ଦେବେ ଖେଳାଳିଙ୍କୁ ଟ୍ରେନିଂ

ଭାରତୀୟ ତାରକା ଓପନର ତଥା ଉପ- ଅଧିନାୟକ ରୋହିତ ଶର୍ମା ଦୁବାଇ ପର୍ଯ୍ୟବେସିତ ଏକ କୋଚିଂ ଏକାଡେମୀର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ଏହି କୋଚିଂ ଏକାଡେମୀର ନାମ ‘କ୍ରିକ୍‌ କିଙ୍ଗଡମ’ ରହିଛି। ସାରା ବିଶ୍ୱରେ କୋଭିଡ୍-୧୯ର ଆତଙ୍କ ଜାରି ରହିଥିବା ବେଳେ ଅନଲାଇନରେ ପ୍ଲାଟଫର୍ମରେ ଏହି ଏକାଡେମୀରେ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି। ଅନଲାଇନରେ ଦ୍ୱାରା ଛାତ୍ର, କୋଚଙ୍କୁ ଗୋଟିଏ ସୂତ୍ରରେ ଯୋଡି ହେବାର ସୁଯୋଗ ମିଳିଛି। ଅନଲାଇନ ଦ୍ୱାରା କୋଚ୍, ଗ୍ରାଉଣ୍ଡ/ ନେଟ୍ସ, ବିଭିନ୍ନ ଏକାଡେମୀର ଟିମ୍ ମ୍ୟାନେଜମେଣ୍ଟ ବୁକିଂ କରିବାର ସୁବିଧା ମଧ୍ୟ ରହିଛି। ନୂଆ କ୍ରିକେଟ ପ୍ରତିଭାଙ୍କୁ ଅଭିନବ ଉପାୟରେ ପ୍ରଶିକ୍ଷଣ ଦେବା ଏହି ଏକାଡେମୀର ଲକ୍ଷ୍ୟ ବୋଲି ରୋହିତ କହିଛନ୍ତି।

rohit

ମୁମ୍ବାଇ ଦ୍ରୁତ ବୋଲର ଧବଲ କୁଲକର୍ଣ୍ଣୀ ଏହି ଏକାଡେମୀର ମେଣ୍ଟର ରହିଛନ୍ତି। ଏହି ଏକାଡେମୀ ସହିତ ୨୦ଜଣ କୋଚ୍ ଜଡିତ ହୋଇ ରହିଛନ୍ତି। ଏମାନେ ତୃଣମୂଳସ୍ତରରେ କାର୍ଯ୍ୟ କରୁଛନ୍ତି। ଏହି କୋଚଙ୍କ ମଧ୍ୟରେ ସାମିଲ ରହିଛନ୍ତି ପ୍ରଦୀପ ଇନଗାଲେ, ପରରାଗ ମାଡକାଇକର, ସୁବାସ ରାନ୍ଜାନେ ଓ ପ୍ରଥମେଶ ସାଲୁଙ୍ଖେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.