ରାଇପଡା କାଜୁ ଜଙ୍ଗଲକୁ ନେଇ ଗୋଷ୍ଠୀ ସଂଘର୍ଷରେ ଦୁଇ ମୃତ, ଘଟଣାରେ ସମ୍ପୃକ୍ତ ୨ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ୍

ନୟାଗଡ: କୋରନୋ ମହାମାରୀକୁ ନେଇ ସାରା ଦେଶରେ ଚାଲିଛି ଲକ୍ ଡାଉନ୍। ସରକାରଙ୍କ ନିର୍ଦ୍ଧେଶ କ୍ରମେ ଲୋକେ ରହୁଛନ୍ତି ଘରେ । କୋରୋନାକୁ ପ୍ରତିହତ କରିବା ପାଇଁ ଜନ ଜୀବନ ହୋଇଯାଇଛି ପୂରା ପୁରି ଠପ୍ । ତେବେ ଏଭଳି ସମୟର କାଜୁ ଜଙ୍ଗଲ ଫଳ ଭୋଗ କରିବାକୁ କେନ୍ଦ୍ର କରି ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ରାଇପଡା ରେ ଘଟିଛି ଗୋଷ୍ଠୀ ସଂଘର୍ଷ। ଏହି ଗୋଷ୍ଠୀ ସଂଘର୍ଷରେ ୨ ଟି ଗୋଷ୍ଠି ର ୧୮ ଜଣ ଆହତ ହୋଇଥିବା ବେଳେ ୨ ଜଣ ମୃତ୍ୟୁ ବରଣ କରିଛନ୍ତି। ମୃତକ ମାନେ ରାଇପଡା ହରିଜନ ସାହିର ଦୂର୍ଗା ଚରଣ ପ୍ରଧାନ (୫୦) ଓ ବିରଂଚି ପ୍ରଧାନ(୪୫)।

nayagarhଆହତ ମାନଙ୍କୁ ପ୍ରଥମେ ଟାଙ୍ଗୀ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏହି ଘଟଣା କୁ ନେଇ ଗାଁରେ ଉତେଜନା ଲାଗିରହିଥିବାବେଳେ ଚାନ୍ଦପୁର ପୋଲିସ୍ ଗାଁକୁ ଯାଇ ତଦନ୍ତ ଜାରି ରଖିବା ସହ ଘଟଣା ଉପରେ ନଜର ରଖିଛି। କଦମ ଝୋଲା ମୌଜାରେ ଥିବା ସରକାରୀ କାଜୁ ଜଙ୍ଗଲ କୁ ୨୦୧୭ ୨୦୧୮ ମସିହାରେ ଜନୈକ ବ୍ୟକ୍ତି ନିଲାମ ନେଇ କାଜୁ ଜଙ୍ଗଲର କାଜୁ ସଂଗ୍ରହ କରୁଥିଲେ। ତେବେ ଏହା ପରେ ଏହି କାଜୁ ଜଙ୍ଗଲର ସରକାରଙ୍କ ପକ୍ଷରୁ ନିଲାମ ଡକାଯାଇନଥିଲା।

ତେବେ ଚଳିତ ବର୍ଷ ଏହି କାଜୁ ଜଙ୍ଗଲ କୁ ନିଲାମ ନେଇଥିବା ବ୍ୟକ୍ତି ମାନେ କାଜୁ ଜଙ୍ଗଲ ରୁ କାଜୁ ସଂଗ୍ରହ କରି ଆସୁଥଲେ। ଫଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିଲା । ଗତ କାଲି ସକାଳେ ନିଲାମ ନେଇଥିବା ଗୋଷ୍ଠୀର ଲୋକେ ଜଙ୍ଗଲରୁ କାଜୁ ସଂଗ୍ରହ କରୁଥିବା ବେଳେ ଅପର ଗୋଷ୍ଠୀର ଲୋକେ କାଜୁ ଜଙ୍ଗଲରେ ପହଂଚି ନୀରିହ ଲୋକଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ।

bodyଅପରପଟେ ଟାଙ୍ଗୀ ମେଡିକାଲରେ ଦୁର୍ଗା ଚରଣ ପ୍ରଧାନଙ୍କର ମ୍ରୁତ୍ୟୁ ହୋଇଥିବା ବେଳେ ଭୁବନେଶ୍ୱର ରେ ବିରଂଚି ପ୍ରଧାନଙ୍କର ମୃତ୍ୟୁ ହୋଇଲା । ଦୁର୍ଗା ଚରଣ ପ୍ରଧାନଙ୍କର ମର ଶରୀର ଗ୍ରାମରେ ପହଂଚିବା ପରେ ସ୍ଥାନୀୟ ଲୋକେ ରାଇପଡା ପଂଚାୟତ ସମ୍ମୁଖରେ ଟାୟାର ଜାଳି ରାସ୍ଥା ଅବରୋଧ କରିଥିଲେ। ଏସ୍ ଡି ପି ଓ ଏସ୍ ଟପୋ ଓ ଚାନ୍ଦପୁର ପୋଲିସ୍ ଆଇ ଆଇ ସି ଲକ୍ଷ୍ମୀଧର ନାହାକ ସଦଳ ବଳେ ଘଟଣା ସ୍ଥଳୀରେ ପହଂଚି ରାସ୍ତା ଅବରୋଧକାରୀଙ୍କୁ ବୁଝାସୁଝା କରିବା ସହ ମ୍ରୁତକଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ପରେ ରାସ୍ତା ଅବରୋଧ ହଟିଥିଲା। ଗ୍ରାମରେ ଉତେଜନା ଲାଗି ରହିଥିବାରୁ  ୨ ପ୍ଲାଟୁନ୍ ପୋଲିସ୍ ଗାଁ କୁ ଜଗି ରହିଛନ୍ତି। ପୋଲିସ୍ ଘଟଣା ତଦନ୍ତ କରିବା ସହ ଆକ୍ରମଣ କାରୀଙ୍କୁ ଗିରଫ କରିବା ଜାରି ରଖିଛି। ଏହି ଘଟଣାରେ ସଂପ୍ରୁକ୍ତ ୨ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ତେବେ ଏହି କାଜୁ ଜଙ୍ଗଲ ରୁ କାଜୁ ତୋଳାକୁ କେନ୍ଦ୍ର କରି ୧୯୯୯ ମସହିରେ ମଧ୍ୟ୍ୟ ଜଣକର ମୃତ୍ୟୁ ହୋଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.