Below header

ସୋଏବଙ୍କ ତୃତୀୟ ବିବାହକୁ ନେଇ ଜୋର ଧରିଲା ଚର୍ଚ୍ଚା, ଛାଡ଼ପତ୍ରକୁ ନେଇ ମୁହଁ ଖୋଲି ନାହାନ୍ତି ସାନିଆ

ସୋଏବ ମଲ୍ଲିକଙ୍କର ପ୍ରଥମ ବିବାହ ୨୦୦୨ରେ ହୋଇଥିଲା । ସେ ପ୍ରଥମେ ଆଏଶାଙ୍କୁ ବିବାହ କରିଥିଲେ । ଏହା ପରେ ସେ ୨୦୧୦ରେ ଆଏଶାଙ୍କ ଠାରୁ ଛାଡ଼ପତ୍ର ନେଇଥିଲେ । ପରେ ସେ ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ । ଅନ୍ୟପଟେ ସାନିଆ ମିର୍ଜା ନିଜ ପର୍ସନାଲ ଲାଇଫକୁ ନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ରହି ଆସିଛନ୍ତି ।

ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ମଲ୍ଲିକ ଓ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି । ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କର ୧୪ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଯାଇଛି । ସୋଏବ ମଲ୍ଲିକ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ନିଜ ଜୀବନ ସାଥୀ ରୂପେ ବାଛି ସାରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସୋଏବଙ୍କ ଏହା ହେଉଛି ତୃତୀୟ ବିବାହ । ସୋଏବ ନିଜ କ୍ୟାରିଅରରେ ବିବାହକୁ ନେଇ ହ୍ୟାଟ୍ରିକ୍‌ ଲଗାଇଛନ୍ତି ।

ସୋଏବ ମଲ୍ଲିକଙ୍କର ପ୍ରଥମ ବିବାହ ୨୦୦୨ରେ ହୋଇଥିଲା । ସେ ପ୍ରଥମେ ଆଏଶାଙ୍କୁ ବିବାହ କରିଥିଲେ । ଏହା ପରେ ସେ ୨୦୧୦ରେ ଆଏଶାଙ୍କ ଠାରୁ ଛାଡ଼ପତ୍ର ନେଇଥିଲେ । ପରେ ସେ ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ । ଅନ୍ୟପଟେ ସାନିଆ ମିର୍ଜା ନିଜ ପର୍ସନାଲ ଲାଇଫକୁ ନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ରହି ଆସିଛନ୍ତି । ସୋଏବ ମଲ୍ଲିକଙ୍କ ସହ ବିବାହ ପୂର୍ବରୁ ସାନିଆଙ୍କ ନିର୍ବନ୍ଧ ସୋହରାବ ମିର୍ଜାଙ୍କ ସହ ହୋଇଥିଲା । ୧୦ ଜୁଲାଇ ୨୦୦୯ରେ ସୋହରାବ ଏବଂ ସାନିଆଙ୍କ ନିର୍ବନ୍ଧ ଧୁମଧାମରେ ହୋଇଥିଲା । କିନ୍ତୁ କୌଣସି କାରଣବଶତଃ ସେମାନଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ୨୦୧୦ ଜାନୁଆରୀ ମାସରେ ଦୁଇ ଜଣଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ।

ସୋହରାବଙ୍କ ସହ ସମ୍ପର୍କ ଭାଙ୍ଗିବାର ୩ ମାସ ପରେ ସାନିଆ ମିର୍ଜା ସୋଏବ ମଲ୍ଲିକଙ୍କୁ ବିବାହ କରିଥିଲେ । ସୋଏବ ଏବଂ ସାନିଆଙ୍କ ବିବାହ ୧୨ ଏପ୍ରିଲ୍‌ ୨୦୧୦ରେ ପାରମ୍ପରିକ ଢ଼ଙ୍ଗରେ ହୋଇଥିଲା । ସାନିଆ ଏବଂ ସୋଏବଙ୍କ ପ୍ରଥମ ଦେଖା ୨୦୦୩ରେ ହୋଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ୨୦୦୯ରେ ଆରମ୍ଭ ହୋଇଥିଲା । ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସୂଚନା ଥାଉକି ସାନିଆ ମିର୍ଜାଙ୍କ ବିବାହକୁ ନେଇ ସମଗ୍ର ଦେଶରେ ତାଙ୍କୁ ବିରୋଧ କରାଯାଇଥିଲା । ବିବାହର ୮ ବର୍ଷ ପରେ ୨୦୧୮ରେ ସୋଏବ ଏବଂ ସାନିଆଙ୍କର ଏକ ପୁଅ ହୋଇଥିଲା । ଗତ ବର୍ଷ ସାନିଆ ମିର୍ଜା ଟେନିସରୁ ସନ୍ୟାସ ନେଇଥିଲେ ।

ତେବେ ଗତ କିଛି ଦିନ ଧରି ସାନିଆ ଏବଂ ସୋଏବଙ୍କ ତଲାକକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ସୋଏବଙ୍କ ତୃତୀୟ ବିବାହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସାନିଆ ଛାଡ଼ପତ୍ର ଖବରକୁ ନେଇ ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାନ୍ତି । କିନ୍ତୁ ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ତଲାକର ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇଦିନ ପୂର୍ବରୁ ସାନିଆ ମିର୍ଜା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ, ସେଥିରେ ସେ ଲେଖିଥିଲେ, ବିବାହ କଷ୍ଟକର, ଛାଡପତ୍ର ମଧ୍ୟ ବହୁତ କଷ୍ଟକର । ଏଥିରୁ ଫ୍ୟାନ୍ସ ଅନୁମାନ କରୁଥିଲେ କି, ଉଭୟଙ୍କ ମଧ୍ୟରେ ହୁଏତ ଛାଡପତ୍ର ହୋଇଛି ବୋଲି ।

ତେବେ ସୋଏବ ମଲ୍ଲିକ ବର୍ତ୍ତମାନ ସନାଙ୍କୁ ନିଜ ଜୀବନ ସାଥୀ ରୂପେ ବାଛି ଖୁବ ଖୁସି ଅଛନ୍ତି । ସନା ଜାଭେଦ ହେଉଛନ୍ତି ପାକିସ୍ତାନର ଏକ ଲୋକପ୍ରିୟ କଳାକାର । ସେ ଅନେକ ସିରିଏଲ ଏବଂ ଫିଲ୍ମରେ କାମ କରିଛନ୍ତି । ସନା ଜାଭେଦ ୨୦୨୦ରେ ଓମେର ଜୈସଓ୍ଵାଲଙ୍କୁ ବିବାହ କରିଥିଲେ । କିନ୍ତୁ କିଛି ଦିନ ମଧ୍ୟରେ ହିଁ ସେମାନଙ୍କର ତଲାକ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.