ଭାରତୀୟ ବିମାନକୁ ଅନୁମତି ଦେଲାନି ମାଳଦ୍ୱୀପ, ୧୪ ବର୍ଷୀୟ ବାଳକର ମୃତ୍ୟୁ

ମାଳଦ୍ୱୀପ ଏକ ଭାରତୀୟ ବିମାନକୁ ଅନୁମତି ନ ଦେବା କାରଣରୁ ଜଣେ ୧୪ ବର୍ଷୀୟ ବାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମାଳଦ୍ୱୀପ ବାସିନ୍ଦା ଜଣେ ୧୪ ବର୍ଷୀୟ ବାଳକକୁ ବ୍ରେନ୍ ଟ୍ୟୁମର ହୋଇଥିଲା । ଷ୍ଟ୍ରୋକ୍ କାରଣରୁ ଅବସ୍ଥା ଗମ୍ଭୀର ହୋଇପଡ଼ିଥିଲା । ନାବାଳକଙ୍କ ମୃତ୍ୟୁ କାରଣ ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜ୍ଜୁ ବୋଲି ଅଭିଯୋଗ ହେଉଛି ।

ଭାରତ-ମାଳଦ୍ୱୀପ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଜଣେ ୧୪ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଛି । ଶନିବାର ମାଳଦ୍ୱୀପ ଏକ ଭାରତୀୟ ବିମାନକୁ ଅନୁମତି ନ ଦେବା କାରଣରୁ ଜଣେ ୧୪ ବର୍ଷୀୟ ବାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନାବାଳକଙ୍କ ମୃତ୍ୟୁ କାରଣ ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜ୍ଜୁ ବୋଲି ଅଭିଯୋଗ ହେଉଛି ।

ଖବର ମୁତାବକ, ମାଳଦ୍ୱୀପ ବାସିନ୍ଦା ଜଣେ ୧୪ ବର୍ଷୀୟ ବାଳକକୁ ବ୍ରେନ୍ ଟ୍ୟୁମର ହୋଇଥିଲା । ଷ୍ଟ୍ରୋକ୍ କାରଣରୁ ଅବସ୍ଥା ଗମ୍ଭୀର ହୋଇପଡ଼ିଥିଲା । ଏହା ପରେ ତା’ ପରିବାର ତାକୁ ଗୈଫ୍ ଅଲିଫ୍ ୱିଲିଂଗିଲି ସ୍ଥିତ ବାସଭବନରୁ ରାଜଧାନୀ ମାଲେ ଏୟାର ଆମ୍ବୁଲାନ୍ସ ଯୋଗେ ନେବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜ୍ଜୁ ଭାରତ ଦ୍ୱାରା ପ୍ରଦାନ କରାଯାଇଥିବା ଡ଼େର୍ନିୟର ବିମାନ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିନଥିଲେ । ଫଳରେ ଚିକିତ୍ସାରେ ବିଳମ୍ବ ଯୋଗୁଁ ୧୪ ବର୍ଷୀୟ ବାଳକର ମୃତ୍ୟୁ ହୋଇଥିଲା । ବାଳକର ମୃତ୍ୟୁ ଖବର ଶୁଣି ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ମୃତ ବାଳକର ବାପାଙ୍କ କହିବା ତୁମାତ, ପୁଅକୁ ଷ୍ଟ୍ରୋକ୍ ଆଟାକ୍ ହେବାର ତୁରନ୍ତ ପରେ ମାଲେ ସ୍ଥାନାନ୍ତରିତ କରିବା ପାଇଁ ଆଇଲ୍ୟାଣ୍ଡ ଆଭିଏସନକୁ ଫୋନ୍ ଯୋଗେ ସୂଚନା ଦିଆଯାଇଥିଲା । ସେମାନେ କଲର କୌଣସି ଉତ୍ତର ଦେଲେ ନାହିଁ । ସେମାନେ ଗୁରୁବାର ସକାଳ ୮:୩୦ରେ ଫୋନ୍ କରି କହିଥିଲେ ଯେ ଏଭଳି ସ୍ଥିତି ପାଇଁ ଏୟାର ଆମ୍ବୁଲାନ୍ସ ସେବା ଉପଲବ୍ଧ ।

ପରେ ଏମର୍ଜେନ୍ସି ଏୟାର ଲିଫ୍ଟ ଅନୁରୋଧ କ୍ରମେ ୧୬ ଘଣ୍ଟା ପରେ ବାଳକ ଜଣଙ୍କୁ ମାଲେ ସ୍ଥାନାନ୍ତରିତ କରାଯାଇଥିଲା କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଥିଲା । ଏଥିମଧ୍ୟରେ ଆମ୍ବୁଲାନ୍ସ ପରିଚାଳନା କମ୍ପାନୀଙ୍କ କହିବାନୁଯାୟୀ ବୈଷୟିକ ତ୍ରୁଟି କାରଣରୁ ଆମ୍ବୁଲାନ୍ସ ସେବା ଯୋଗାଇବାରେ ବିଳମ୍ବ ହୋଇଥିଲା ।

ନାବାଳକର ମୃତ୍ୟୁ ପରେ ମାଳଦ୍ୱୀପ ସାଂସଦ ମିକେଲ ନସୀମ କହିଛନ୍ତି, ଭାରତ ପ୍ରତି ରାଷ୍ଟ୍ରପତିଙ୍କ ଶତ୍ରୁତାକୁ ସନ୍ତୁଷ୍ଟ କରିବା ପାଇଁ ଲୋକେ ନିଜର ଜୀବନ ଦେବା ଉଚିତ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.