Below header

ପାକିସ୍ତାନ କ୍ରିକେଟ୍‌ ବୋର୍ଡକୁ ବଡ଼ ଝଟ୍‌କା, ଏକାବେଳେ ଇସ୍ତଫା ଦେଲେ ୩ ବିଦେଶୀ କୋଚ୍‌

ପାକିସ୍ତାନ ଟିମ୍‌ର ବିଦେଶୀ କୋଚ୍‌ ମିକି ଆର୍ଥର, ଗ୍ରାଣ୍ଟ ବ୍ରାଡବର୍ଣ୍ଣ ଓ ଆଣ୍ଡ୍ରୁ ପୁଟିକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ୨୦୨୩ ଦିନିକିଆ ବିଶ୍ୱକପ୍‌ର ତୁରନ୍ତ ପରେ ବୋଲିଂ କୋଚ୍‌ ମୋର୍ନେ ମୋର୍କେଲ ଇସ୍ତଫା ଦେଇଥିଲେ ।

ପାକିସ୍ତାନ କ୍ରିକେଟ ଟିମ୍‌ (ପିସିବି)ରେ ବିବାଦ ଥମିବାର ନାଁ ଧରୁନାହିଁ । ଏସିଆ କପ୍‌ ୨୦୨୩ ପରଠାରୁ ଟିମ୍‌ ମଧ୍ୟ ଲଗାତାର ନୈରାଶ୍ୟଜନକ ପ୍ରଦର୍ଶନ କରୁଛି । ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ପାକିସ୍ତାନ ଟିମ୍‌ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରେ ୦-୩ରେ ପଛୁଆ ରହିଛି । ଏହାରି ଭିତରେ ଏକ ଖବର ଆସିଛି ଯେ ଟିମ୍‌ର ୩ ବିଦେଶୀ କୋଚ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପାକିସ୍ତାନ କ୍ରିକେଟ୍‌ ବୋର୍ଡ ମଧ୍ୟ ଏ ନେଇ ସ୍ପଷ୍ଟ କରିଛି ।

ପାକିସ୍ତାନ ଟିମ୍‌ର ବିଦେଶୀ କୋଚ୍‌ ମିକି ଆର୍ଥର, ଗ୍ରାଣ୍ଟ ବ୍ରାଡବର୍ଣ୍ଣ ଓ ଆଣ୍ଡ୍ରୁ ପୁଟିକ ଜାତୀୟ ଟିମ୍‌ ଏବଂ ବୋର୍ଡ ସହିତ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ୨୦୨୩ ଦିନିକିଆ ବିଶ୍ୱକପ୍‌ର ତୁରନ୍ତ ପରେ ବୋଲିଂ କୋଚ୍‌ ମୋର୍ନେ ମୋର୍କେଲ ଇସ୍ତଫା ଦେଇଥିଲେ ।

ସୂଚନାଥାଉ କି, ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ଖରାପ ପ୍ରଦର୍ଶନ ପରେ ବୋର୍ଡଠାରୁ ନେଇ ମ୍ୟାନେଜମେଣ୍ଟ ପର୍ଯ୍ୟନ୍ତ ସବୁଠି ବହୁତ ଆଲୋଚନା ହୋଇଥିଲା, ଯାହାପରଠାରୁ ପାକିସ୍ତାନ ଟିମ୍‌ରେ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ।

ମିଡିଆ ରିପୋର୍ଟ ମୁତାବକ, ପାକିସ୍ତାନ ବୋର୍ଡ ଏହି ୩ କୋଚ୍‌ଙ୍କ ସହ ଆଲୋଚନା କରି ସେମାନଙ୍କୁ ନିଜେ ହିଁ ଇସ୍ତଫା ଦେବା ପାଇଁ କହିଥିଲା । ଚୁକ୍ତି ଅଧୀନରେ ଯଦି ପିସିବି ତାଙ୍କୁ ବରଖାସ୍ତ କରିଥାଆନ୍ତା, ତେବେ ୬ ମାସର ବେତନ ଦେବାକୁ ପଡ଼ିଥାଆନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.