Below header

ତେଇଶପୁରର ରଘୁନାଥ ଯାତ୍ରା: ଏଠାରେ ପ୍ରଭୁଙ୍କୁ ଲାଗି ହୁଏ ଅଲଣା ଜାଉକୁ ଚୁଡ଼ାଘଷା ଭୋଗ

ଏ ହେଉଛି ପୁରୀ ଜିଲ୍ଲା ପିପିଲି ସ୍ଥିତ ତେଇଶପୁର ଗାଁରେ ଆୟୋଜିତ ହେଉଥିବା ଠାକୁର ରଘୁନାଥଙ୍କ ଯାତ୍ରା । ଏହି ସମୟରେ ପ୍ରଭୁଙ୍କ ନିକଟରେ ଲାଗି ହୋଇଥାଏ ଏହି ଭୋଗ । ପ୍ରତି ବର୍ଷ ଚୈତ୍ର ମାସଠାରୁ ଏକ ମାସ ଧରି ତେଇଶପୁର ଠାରେ ଆୟୋଜିତ ହୋଇଥାଏ ଏହି ଯାତ୍ରା ।

ପିପିଲି(କେନ୍ୟୁଜ): ଅତି ଶ୍ରଦ୍ଧାରେ ଭକ୍ତ ଠାକୁରଙ୍କ ପାଖରେ ବାଢ଼ି ଦେଇଛି ନୈବେଦ୍ୟ । ବିଶେଷ କିଛି ଆୟୋଜନ ନାହିଁ କି ଆବଶ୍ୟକତା ବି ନାହିଁ । ଅନ୍ତରର ଶ୍ରଦ୍ଧା ଓ ଭକ୍ତିରେ ଚାଉଳ, ନଡ଼ିଆ ଓ ଗୁଡ଼ରେ ପ୍ରସ୍ତୁତ ଏଇ ଅଲଣା ଜାଉ ଏଠାରେ ଭଗବାନଙ୍କ ପାଖରେ ପାଲଟି ଯାଇଛି ମହାର୍ଘ୍ୟ । ଏ ହେଉଛି ପୁରୀ ଜିଲ୍ଲା ପିପିଲି ସ୍ଥିତ ତେଇଶପୁର ଗାଁରେ ଆୟୋଜିତ ହେଉଥିବା ଠାକୁର ରଘୁନାଥଙ୍କ ଯାତ୍ରା । ଏହି ସମୟରେ ପ୍ରଭୁଙ୍କ ନିକଟରେ ଲାଗି ହୋଇଥାଏ ଏହି ଭୋଗ ।

ପ୍ରତି ବର୍ଷ ଚୈତ୍ର ମାସଠାରୁ ଏକ ମାସ ଧରି ତେଇଶପୁର ଠାରେ ଆୟୋଜିତ ହୋଇଥାଏ ଏହି ଯାତ୍ରା । ଉଦଯାପନ ଦିନ ଠାକୁରଙ୍କ ନିକଟରେ ଲାଗି ହୋଇଥାଏ ଜାଉ ଭୋଗ । ସଂଧ୍ୟାରେ ଠାକୁରଙ୍କୁ ଏକ ରଥରେ ବସାଯାଇ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇଥାଏ । ଏହି ସମୟରେ ବିଭିନ୍ନ ସାହାସିକତା ଭରା ଖେଳ ସାଙ୍ଗକୁ ପ୍ରଦର୍ଶିତ ନୃତ୍ୟ ବେଶ ଉପଭୋଗ କରିଥାନ୍ତି ଦର୍ଶକମାନେ ।

ଧନୁ ସଂକ୍ରାନ୍ତି ଠାରୁ ଠାରୁ ଆରମ୍ଭ ହୋଇ ମାସାଧିକ ଯାଏ ପାଳିତ ହେଉଥିବା ଏହି ଯାତ୍ରା ସମୟରେ ମାନସିକଧାରୀମାନେ ମାସେ କାଳ ଠାକୁର ରଘୁନାଥଙ୍କ ପାଇଁ ବ୍ରତ ରଖିଥାନ୍ତି ଓ ଶେଷଦିନ ଉଦ୍ଯାପନ କରିଥାନ୍ତି । ଗାଁ ଦାଣ୍ଡରେ ଥିବା ଚଉରା ମୂଳରେ ଚାରିଗୋଟି ମାଟି ପିଣ୍ଡୁଳାକୁ ରଖି ତା ଉପରେ ଚାରିଗୋଟି କାଠି କୁ ପୋତି ଚାନ୍ଦୁଆ ଟଣାଯିବା ପରେ ମଝିରେ ଠାକୁର ରଘୁନାଥଙ୍କ ପ୍ରତିକ ଭାବରେ କଦଳୀ ଗଛକୁ ରଖି ତା ସହିତ ବେତ ବନ୍ଧା ଯାଇଥାନ୍ତି ।

ତା ଆଗରେ ମାନସିକଧାରୀମାନେ ଗୁଆ ରଖି ମାସାଧିକ କାଳ ପୂଜାର୍ଚ୍ଚନା କରିଥାନ୍ତି । ଯାତ୍ରାର ଶେଷ ଦିନ ଠାକୁର ରଘୁନାଥଙ୍କୁ ପୋଖରୀରେ ନେଇ ବିସର୍ଜନ କରାଯାଏ । ଏହି ସମୟରେ ନିଃସନ୍ତାନ ମହିଳାମାନେ ପାଣିରେ ବୁଡ଼ି ଗୁଆ ନଡ଼ିଆ ପାଇଲେ ସନ୍ତାନ ପ୍ରାପ୍ତି ହେଉଥିବାର ବିଶ୍ୱାସ ରହିଛି । ଯୁଗ ଯୁଗ ଧରି ବିଶ୍ୱାସ ଶ୍ରଦ୍ଧା ଓ ଭକ୍ତିରେ ତେଇଶପୁର ଠାରେ ପାଳିତ ହୋଇ ଆସୁଛି ଏହି ରଘୁନାଥଙ୍କ ଯାତ୍ରା । ଏଠାରେ ଅଲଣାଜାଉକୁ ଚୁଡ଼ାଘଷା ଭଳି ବିଭିନ୍ନ ପ୍ରକାରର ଭୋଗ ପାଇବାକୁ ଭକ୍ତଙ୍କ ଭିତରେ ଥାଏ ପ୍ରବଳ ଉତ୍ସାହ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.