ଶୀତ ଦିନେ ପିଲାଙ୍କୁ ଡାଏପର ର‍୍ୟାସେସ୍‌ରୁ ରକ୍ଷା କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ସାମାନ୍ୟ ଅସାବଧାନତା ହେତୁ ପିଲାଟି ସ୍କିନ୍‌ରେ ର‍୍ୟାସେସ୍‌ ହେବା ଆରମ୍ଭ ହୋଇଯାଏ । ବିଶେଷକରି ଡାଏପର ପିନ୍ଧିଥିବା ପିଲାମାନଙ୍କର ଡାଏପର ର‍୍ୟାସେସ୍‌ ଅଧିକ ହୋଇଥାଏ । ତେବେ ଶୀତଦିନେ ଏହି ସମସ୍ୟା ଆହୁରି ବଢିଯାଇଥାଏ । ବେଳେବେଳେ ଅଧିକ ସମୟ ଡାଏପର ଓଦା ରହିବା ଯୋଗୁ ପିଲାଙ୍କ ଶରୀରରେ ର‍୍ୟାସେସ୍‌ ହୋଇଯାଏ । ଶୀତଦିନେ ଅଧିକ ଡାଏପର ଓଦା ରହିବା ଯୋଗୁ ଏହି ସମସ୍ୟା ମଧ୍ୟ ଦେଖାଯାଏ ।

ବଡ଼ ଲୋକଙ୍କ ଅପେକ୍ଷା ପିଲାମାନଙ୍କ ସ୍କିନ୍‌ ସେନ୍‌ସେଟିଭ୍‌ ହୋଇଥାଏ । ସାମାନ୍ୟ ଅସାବଧାନତା ହେତୁ ପିଲାଟି ସ୍କିନ୍‌ରେ ର‍୍ୟାସେସ୍‌ ହେବା ଆରମ୍ଭ ହୋଇଯାଏ । ବିଶେଷକରି ଡାଏପର ପିନ୍ଧିଥିବା ପିଲାମାନଙ୍କର ଡାଏପର ର‍୍ୟାସେସ୍‌ ଅଧିକ ହୋଇଥାଏ । ତେବେ ଶୀତଦିନେ ଏହି ସମସ୍ୟା ଆହୁରି ବଢିଯାଇଥାଏ । ବେଳେବେଳେ ଅଧିକ ସମୟ ଡାଏପର ଓଦା ରହିବା ଯୋଗୁ ପିଲାଙ୍କ ଶରୀରରେ ର‍୍ୟାସେସ୍‌ ହୋଇଯାଏ । ଶୀତଦିନେ ଅଧିକ ଡାଏପର ଓଦା ରହିବା ଯୋଗୁ ଏହି ସମସ୍ୟା ମଧ୍ୟ ଦେଖାଯାଏ । ତଥାପି ଶିଶୁର ଡାଏପର ର‍୍ୟାସେସ୍‌ ହେବା ସ୍ୱାଭାବିକ ହୋଇଥାଏ । ଏଭଳି ପରିସ୍ଥିତିରେ ପିଲାଟି ଶରୀର ଅତ୍ୟଧିକ ଲାଲ ଦେଖାଯାଏ । ତେବେ ଏପରି ହେବା ଦ୍ୱାରା ପିଲାଙ୍କ ସେହି ସ୍କିନ୍‌ ବହୁତ ପୋଡିଥାଏ । ଏପରି ପରିସ୍ଥିତିରେ ପିଲା ବହୁତ କାନ୍ଦନ୍ତି । ତେବେ ଆପଣ ଏହି ଦାଗ ହଟାଇବା ପାଇଁ, କିଛି ର‍୍ୟାସେସ୍‌ କ୍ରିମ୍ ଲଗାଇ ପାରିବେ କିମ୍ବା ଆପଣ କିଛି ଘରୋଇ ଉପଚାର ମଧ୍ୟ ପ୍ରୟୋଗ କରି ଆରାମ ପାଇପାରିବେ ।

ପିଲାମାନଙ୍କୁ ଡାଏପର ର‍୍ୟାସେସ୍‌ରୁ ଆରାମ ଦେବା ପାଇଁ କିଛି ଘରୋଇ ଉପଚାର :
ନଡିଆ ତେଲ : ଏହି ସମସ୍ୟାରୁ ଆରାମ ପାଇବା ପାଇଁ ନଡିଆ ତେଲ ହେଉଛି ସର୍ବୋତ୍ତମ ଉପାୟ । ସେଥିପାଇଁ ଆପଣ ପିଲା ର‍୍ୟାସେସ୍‌ରେ ନଡ଼ିଆ ତେଲ ଲଗାନ୍ତୁ । ନଡିଆ ତେଲ ଲଗାଇବା ଦ୍ୱାରା ତ୍ୱଚା କୋମଳ ହୋଇଯାଏ । ଆଣ୍ଟିଫୁଙ୍ଗାଲ୍, ଆଣ୍ଟିଭାଇରାଲ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଏଥିରେ ମିଳିଥାଏ ଯାହା ଶରୀରରେ ଦାଗ ଦୂର କରିଥାଏ । ତେବେ ଭଲ ଭାବେ ପିଲାକୁ ସଫା କରି ଦିନକୁ ୨ ରୁ ୩ ଥର ନଡିଆ ତେଲ ଲଗାନ୍ତୁ । ଦେଖିବେ ପିଲା ଶରୀରରେ ହେଇଥିବା ର‍୍ୟାସେସ୍‌ କିଛି ଦିନ ମଧ୍ୟରେ ଭଲ ହୋଇଯିବ ।

ଆଲୋ ଭେରା ଜେଲ୍ : ଆଲୋ ଭେରା ଜେଲ୍ ବହୁତ ଉପଯୋଗୀ ହୋଇଥାଏ । ର‍୍ୟାସେସ୍‌ରେ ଆଲୋ ଭେରା ଜେଲ୍ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ପୋଡରୁ ମୁକ୍ତି ପ୍ରଦାନ କରେ ଏବଂ ଫୁଲାକୁ କମ କରେ । ଆଲୋ ଭେରା ଜେଲ୍ ପ୍ରୟୋଗ କରିବା ଦ୍ୱାରା ସ୍କିନ୍‌ ଥଣ୍ଡା ହୋଇଥାଏ । ଯାହା ଦ୍ୱାରା ସେଥିରେ ଥିବା ଜୀବାଣୁ ମଧ୍ୟ ନଷ୍ଟ ହୋଇଯାଆନ୍ତି ।

ପାଉଡର ଲଗାନ୍ତୁ : ଅଧିକାଂଶ କ୍ଷେତ୍ରରେ ସ୍କିନ୍‌ ଓଦା ଏବଂ ମଇଳା ହେତୁ ର‍୍ୟାସେସ୍‌ ହୋଇଯାଏ । ଏଥିରୁ ରକ୍ଷା ପାଇବା ପାଇଁ ଶିଶୁର ଦାଗ ସ୍ଥାନକୁ ଭଲ ଭାବରେ ସଫା କରନ୍ତୁ । ଏହା ସହ ଭଲ ପାଣିରେ ଧୋଇ ଏହାକୁ ଶୁଖିବାକୁ ଦିଅନ୍ତୁ । ସ୍କିନ୍‌ ଶୁଖିଗଲେ ଶିଶୁର ଶରୀରରେ ପାଉଡର ଲଗାନ୍ତୁ । ଏହାଦ୍ୱାରା ଅନେକ ଆରାମ ମିଳିବ । ଏହା ସହ ଶିଶୁକୁ କିଛି ସମୟ ପାଇଁ ଡାଏପର ବିନା ରଖନ୍ତୁ ।

ଡାଏପର ର‍୍ୟାସେସ୍‌ରୁ ରକ୍ଷା ପାଇବା ପାଇଁ ଟିପ୍ସ :
ଓଦା ହେବା ମାତ୍ରେ ତୁରନ୍ତ ଡାଏପରକୁ ଚେଞ୍ଚ୍‌ କରନ୍ତୁ ।
ଡାଏପର ବଦଳାଇବାବେଳେ ପ୍ରଥମେ ଶିଶୁକୁ ଭଲ ଭାବରେ ସଫା କରନ୍ତୁ ।
ମନେରଖନ୍ତୁ ଯେ ଡାଏପରଟି ଅଧିକ ଟାଣ ହେବା ଉଚିତ୍ ନୁହେଁ ।
ଶିଶୁ ପୋଷାକକୁ ସାମାନ୍ୟ ୱାଶିଂ ପାଉଡର ସହିତ ଧୋଇ ଦିଅନ୍ତୁ ।
ଶିଶୁକୁ ସଫା କରିବା ସମୟରେ ସ୍କିନ୍‌କୁ ଅଧିକ ଜୋରରେ ଘଷନ୍ତୁ ନାହିଁ ।
ଶିଶୁର ସ୍କିନ୍‌କୁ ଯଥାସମ୍ଭବ ଶୁଖିବାକୁ ଦିଅନ୍ତୁ ।
ଶିଶୁକୁ ସବୁବେଳେ ଡାଏପରରେ ରଖନ୍ତୁ ନାହିଁ ।
ଏପରି ଭାବେ ଆପଣ ନିଜ ପିଲାଙ୍କୁ ଶୀତ ଦିନେ ଡାଏପର ର‍୍ୟାସେସ୍‌ରୁ ରକ୍ଷା କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.