ବିଲକିସ୍‌ ବାନୋ ମାମଲା: ସମସ୍ତ ଦୋଷୀଙ୍କୁ କରିବାକୁ ପଡ଼ିବ ଆତ୍ମସମର୍ପଣ, ସୁପ୍ରିମ୍‌କୋର୍ଟ ପ୍ରତ୍ୟାଖ୍ୟାନ କଲେ ଆବେଦନ

ବିଲକିସ୍‌ ବାନୋ ମାମଲାରେ ସମସ୍ତ ଦୋଷୀଙ୍କୁ ସୁପ୍ରିମ୍‌କୋର୍ଟଙ୍କଠାରୁ ବଡ଼ ଝଟ୍‌କା ଲାଗିଛି । କୋର୍ଟ ଆବେଦନ ଶୁଣାଣି ବେଳେ ଦୋଷୀମାନଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଆତ୍ମସମର୍ପଣ ପାଇଁ ଆହୁରି ସମୟ ଦେବାକୁ ଆବେଦନରେ ଦାବି କରାଯାଇଥିଲା ।

ବିଲକିସ୍‌ ବାନୋ ମାମଲାରେ ସମସ୍ତ ଦୋଷୀଙ୍କୁ ସୁପ୍ରିମ୍‌କୋର୍ଟଙ୍କଠାରୁ ବଡ଼ ଝଟ୍‌କା ଲାଗିଛି । କୋର୍ଟ ଆବେଦନ ଶୁଣାଣି ବେଳେ ଦୋଷୀମାନଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଆତ୍ମସମର୍ପଣ ପାଇଁ ଆହୁରି ସମୟ ଦେବାକୁ ଆବେଦନରେ ଦାବି କରାଯାଇଥିଲା । ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ଦୋଷୀଙ୍କୁ ଆତ୍ମସମର୍ପଣ ପାଇଁ ଅଧିକ ସମୟ ଦେବାକୁ ସ୍ପଷ୍ଟ ମନା କରି ଦେଇଛନ୍ତି ।

କୋର୍ଟ ଶୁଣାଣି ବେଳେ କହିଛନ୍ତି, ଦୋଷୀମାନଙ୍କ ପିଟିସନର କୌଣସି ଯୋଗ୍ୟତା ନାହିଁ । ବିଲକିସ ବାନୋ ମାମଲାର ଦୋଷୀମାନେ କିଛି ଦିନ ତଳେ ସୁପ୍ରିମ୍‌କୋର୍ଟରେ ଏକ ପିଟିସନ ଦାଖଲ କରି ଦାବି କରିଥିଲେ ଯେ ସେମାନଙ୍କ ଆତ୍ମସମର୍ପଣର ସମୟ ସୀମାକୁ ଆହୁରି ବଢ଼ାଯାଉ ।

ସୂଚନାଯୋଗ୍ୟ, ଜାନୁୟାରୀ ୮ରେ ସୁପ୍ରିମ୍‌କୋର୍ଟ ୧୧ ଜଣ ଦୋଷୀଙ୍କ ମୁକ୍ତି ସମ୍ପର୍କିତ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରି ଦେଇଥିଲେ । ସମସ୍ତ ଦୋଷୀଙ୍କୁ ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ଦୋଷୀମାନଙ୍କ ମଧ୍ୟରୁ ୩ ଜଣ ବ୍ୟକ୍ତିଗତ କାରଣ ଦର୍ଶାଇ ୪ରୁ ୬ ସପ୍ତାହର ଅତିରିକ୍ତ ସମୟ ମାଗିଥିଲେ, ଯାହାକୁ ସୁପ୍ରିମ୍‌କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଦୋଷୀମାନେ ଆତ୍ମସମର୍ପଣର ତାରିଖ ଟାଳିବା ପାଇଁ ଯେଉଁ କାରଣ ଦର୍ଶାଇଛନ୍ତି, ସେଥିରେ ଦମ୍‌ ନାହିଁ ।

୨୦୦୨ ଗୁଜରାଟ ଦଙ୍ଗା ବେଳେ ଏହି ଦୋଷୀମାନେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିଥିଲେ । ଗୁଜରାଟ ସରକାର ସେମାନଙ୍କୁ ୨୦୨୨ ଅଗଷ୍ଟ ୧୫ରେ ମୁକ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.