ଟସର ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ଚାଷୀ, ଭଲ ଦୁଇ ପଇସା କରୁଛନ୍ତି ରୋଜଗାର

ଟସର ଚାଷ ଦେଇଛି ରୋଜଗାର । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଜଙ୍ଗଲରେ ଏହି ଟସର ଚାଷ ବା ରେଶମ ଚାଷ କରି ବେଶ ଦି ପଇସା ରୋଜଗାର କରୁଛନ୍ତି ଚାଷୀମାନେ । ବାଉଁଶୁଣି ଟସର ସମବାୟ ସମିତି ମାଧ୍ୟମରେ ପରା ଗ୍ରାମର କିଛି ଚାଷୀ ଏହି କରି ରୋଜଗାର କରିବା ସହ ସ୍ୱାବଲମ୍ବୀ ହୋଇଛନ୍ତି ।

ଟସର ଚାଷ ଦେଇଛି ରୋଜଗାର । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଜଙ୍ଗଲରେ ଏହି ଟସର ଚାଷ ବା ରେଶମ ଚାଷ କରି ବେଶ ଦି ପଇସା ରୋଜଗାର କରୁଛନ୍ତି ଚାଷୀମାନେ । ବାଉଁଶୁଣି ଟସର ସମବାୟ ସମିତି ମାଧ୍ୟମରେ ପରା ଗ୍ରାମର କିଛି ଚାଷୀ ଏହି କରି ରୋଜଗାର କରିବା ସହ ସ୍ୱାବଲମ୍ବୀ ହୋଇଛନ୍ତି । ଆସନ୍ତୁ ଜାଣିବା କ’ଣ ଏହି ଟସର ଚାଷ । ଟସର ଚାଷରେ ଲାଗିପଡିଛନ୍ତି ଚାଷୀ । ପୋକ ଗୁଡିକ ଗଛର ପତ୍ର ଖାଇ ଟସର କୋଷ ପ୍ରସ୍ତୁତ କରୁଛନ୍ତି । ବୌଦ୍ଧ ଜିଲ୍ଲାର ପରା, ପାଞ୍ଚଖଣ୍ଡି, ବିଜାପଦର ଆଦି ଗାଁରେ ତିରିଶରୁ ଉର୍ଦ୍ଧ ଚାଷୀ ଟସର ଚାଷ କରି ଭଲ ଦି ପଇସା ରୋଜଗାର କରୁଛନ୍ତି ।

ବୌଦ୍ଧ ଜିଲ୍ଲାର ବାଶୁଉଁଣି ଟସର ସମବାୟ ସମିତି ଜରିଆରେ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଜରିଆରେ ପ୍ରଥମେ ଅସନ ଅର୍ଜୁନ ଗଛ ଲଗା ଯାଇଥିଲା । ଗଛ ଗୁଡିକ ବଡ଼ ହେଲାପରେ ଗଛରେ ଅଣ୍ଡା ଛଡା ଯାଇଥିଲା । ଏକ ହେକ୍ଟର ଜମିରେ ଜଣେ ଲେଖାଏଁ ଚାଷୀ ସୁରକ୍ଷା ଓ ରକ୍ଷଣାବେକ୍ଷଣା ଦାୟିତ୍ୱ ନେଇଥିଲେ । ତିନିମାସ ପରେ ଗଛର ପତ୍ର ଖାଇ ଟସର ପୋକ ପ୍ରସ୍ତୁତ କରୁଛନ୍ତି । ଚାଷୀ ଟସରକୁ ତୋଳି ସମବାୟ ସମିତି ମାଧ୍ୟମରେ ବିକ୍ରି କରୁଛନ୍ତି । କମ ପରିଶ୍ରମରେ ଅଧିକ ଲାଭ ହେଉଥିବାରୁ ଚାଷୀ ବି ବେଶ ଖୁସି । ଜିଲ୍ଲାର ୧୦୦ ହେକ୍ଟର ଜମିରେ ଅସନ ଅର୍ଜୁନ ଗଛ ଲଗାଯାଇ ଏହି ଚାଷ କରାଯାଉଛି ।

ଚାଷୀ ଟସର ଚାଷ କରି ଲାଭବାନ ହେଉଥିବା ବେଳେ ଜଙ୍ଗଲ ସୁରକ୍ଷା ମଧ୍ୟ ହୋଇପାରୁଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ଚାଷ ହୋଇଛି । ସମବାୟ ସମିତି ମାଧ୍ୟମରେ ଚାଷୀ ମାନେ ଏହି ଟସର ବିକ୍ରି କରି ଆକାଉଣ୍ଟରେ ପଇସା ପାଇଥାନ୍ତି । ଫଳରେ ବିକ୍ରିର କୌଣସି ଅସୁବିଧା ହୋଇନଥାଏ ହେଲେ ଅନେକ ସମୟରେ ପ୍ରତିକୂଳ ପାଗ ଓ ରୋଗ ପୋକ ଯୋଗୁଁ ଚାଷୀ ଅନେକ କ୍ଷତି ସହିଥାଏ । ଏଥିପାଇଁ କୌଣସି ବୀମା ସୁବିଧା ଯୋଗାଇବା ପାଇଁ ବର୍ତ୍ତମାନ ଚାଷୀମାନେ ଦାବି କରିଛନ୍ତି । ଯଦି ସରକାରୀ ସ୍ତରରେ ଚାଷୀଙ୍କୁ ଅଧିକ ପ୍ରୋତ୍ସହନ କରାଯିବ ତେବେ ଚାଷୀ ଆହୁରି ଲାଭବାନ ହୋଇପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.