Below header

କେବଳ ଗୋଟେ କାନରେ ଶୁଣିପାରନ୍ତି ଟିମ୍ ଇଣ୍ଡିଆରେ ଏହି ଖେଳାଳି, ବ୍ରିସବେନ ଟେଷ୍ଟରେ ନେଇଛନ୍ତି ଅଶ୍ବିନଙ୍କ ସ୍ଥାନ, ଜାଣନ୍ତୁ ଏହି ଖେଳାଳିଙ୍କ ବିଷୟରେ

ଅଷ୍ଟେଲିଆ ବିପକ୍ଷ ବ୍ରିସବେନରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଆର ଅଶ୍ୱିନଙ୍କ ବଦଳରେ ସ୍ଥାନ ପାଇଛନ୍ତି ଓ୍ୱାଶିଂଟନ ସୁନ୍ଦର । ଆଇପିଏଲ-୧୩ ପରେ ନେଟ୍ ବୋଲର ଭାବେ ଅଷ୍ଟ୍ରେଲିଆ ଗସ୍ତ କରିଥିବା ଓ୍ୱାଶିଂଟନଙ୍କ ଭାଗ୍ୟ ବଦଳିଥିଲା । ଏହାସହ ସେ ଅଶ୍ୱିନଙ୍କ ସ୍ଥାନରେ ଚୂଡାନ୍ତ ଏକାଦଶରେ ସାମିଲ ହୋଇଥିଲେ । ସେ ଦଳର ୩୦୧ ତମ ଖେଳାଳି ଭାବେ ପଦାର୍ପଣ କରିଛନ୍ତି ।

ଓ୍ୱାଶିଂଟନ ସୁନ୍ଦର କେବଳ ଗୋଟିଏ କାନରେ ହିଁ ଶୁଣି ପାରନ୍ତି । ଯେତେବେଳେ ସେ ୪ ବର୍ଷର ଥିଲେ ସେତେବେଳେ ଏହି ରୋଗ ବିଷୟରେ ଜଣା ପଡିଥିଲା । ଅନେକ ହସ୍ପିଟାଲରେ ତାଙ୍କର ଚିକିତ୍ସା ହେବା ପରେ ମଧ୍ୟ ସେ ଗୋଟେ କାନରେ ଶୁଣିପାରିନଥିଲେ । ଏଥିପାଇଁ ସେ ଅନେକ ସମସ୍ୟାର ସାମ୍ନା କରିଛନ୍ତି । ଏହି ଦୁର୍ବଳତା ପାଇଁ ସେ କେବେ ବି ପଛକୁ ହଟି ନାହାଁନ୍ତି ।

ସେ ୨୦୧୬ରେ ତାମିଲନାଡୁ ଟିମରେ ସ୍ଥାନ ପାଇଥିଲେ । ସେ କହିଛନ୍ତି ଯେ, ଫିଲ୍ଡିଂ ବେଳେ ଅନ୍ୟ ସାଥି ଖେଳାଳିଙ୍କ ସହ କଥାବାର୍ତ୍ତାରେ କିଛିଟା ସମସ୍ୟା ହୋଇଥାଏ କିନ୍ତୁ ଏହାକୁ ନେଇ କେହି ତାଙ୍କୁ କିଛି କହିନାହାଁନ୍ତି । ପାର୍ଥିବ ପଟେଲଙ୍କ ପରେ ସୁନ୍ଦର ସବୁଠାରୁ କମ୍ ବୟସର କ୍ରିକେଟର ଭାବେ ଦିନିକିଆରେ ପଦାର୍ପଣ କରିଥିଲେ । ମାତ୍ର ୧୮ ବର୍ଷ ୬୯ ଦିନରେ ସେ ଦିନିକିଆ ଖେଳିଥିଲେ । ପାର୍ଥୀବ ୧୭ ବର୍ଷ ୩୦୧ ଦିନରେ ପ୍ରଥମ ଦିନିକିଆ ଖେଳିଥିଲେ ।

ଜର୍ସି ନମ୍ବର ପଛରେ ରହିଛି ବଡ ରହସ୍ଯ

ଓ୍ୱାଶିଂଟନଙ୍କ ନାଁରେ ଏକ ବଡ ରହସ୍ୟ ଲୁଚି ରହିଛି । ତାଙ୍କ ପିତାଙ୍କ ନାଁ ହେଉଛି ଏମ ସୁନ୍ଦର । ତାଙ୍କ ବାପା ପିଡି ଓ୍ୱାଶିଂଟନ ନାମକ ଜଣେ ବଦାନ୍ୟ ବ୍ୟକ୍ତିଙ୍କଠାରୁ ଅନେକ ସାହାଯ୍ୟ ପାଇଥିଲେ । ଏହି ନାଁ ରେ ସେ ନିଜ ପୁତ୍ରର ନାଁ ରଖିଥିଲେ । ସେ ୫୫ ନମ୍ବର ଜର୍ସି ପିନ୍ଧି ଖେଳନ୍ତି । କାରଣ ତାଙ୍କ ଜନ୍ମ ଅକ୍ଟୋବର ୫ ତାରିଖ ସକାଳ ୫ଟା ୫ରେ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.