ଆଜିଠାରୁ ଲାଗୁ ହେଲା ନିୟମ, ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ କଲେ ନମ୍ବର ଆଗରୁ ଲଗାଇବାକୁ ପଡିବ ଶୂନ

ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ କରିବା ନେଇ ଥିବା ନିୟମରେ କିଛିଟା ପରିବର୍ତ୍ତନ ଅଣାଯାଇଛି । ନୂଆ ନିୟମ ଅନୁଯାୟୀ କଲ କରିବା ପୂର୍ବରୁ ଏଣିକି 0 ବଟନ ଦବେଇବାକୁ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଲ୍ୟାଣ୍ଡଲାଇନରୁ ଲ୍ୟାଣ୍ଡଲାଇନ, ମୋବାଇଲରୁ ଲ୍ୟାଣ୍ଡଲାଇନ ଅଥବା ମୋବାଇଲରୁ ମୋବାଇଲକୁ କଲ କରିବା ନିୟମ ଆଦିରେ ସେପରି କୌଣସି ପରିବର୍ତ୍ତନ ଅଣାଯାଇନାହିଁ । ଟେଲିକମ କମ୍ପାନୀ ମାନେ ନିଜ ଉପୋଭୋକ୍ତା ମାନଙ୍କୁ ମେସେଜ ପଠାଇ ନୂଆ ନିୟମ ବାବଦରେ ପୁଣି ଥରେ ମନେପକାଇ ଦେଇଛନ୍ତି । ବିଏସଏନଏଲ ଚ୍ୟାରମ୍ୟାନ ଓ ନିର୍ଦ୍ଦେଶକ ପିକେ ପୁରବାର କହିଛନ୍ତିକି ଏନେଇ ଉପଭୋକ୍ତାଙ୍କ ସହ ସମ୍ପର୍କ କରାଯାଇ ବାରମ୍ବାର ସୂଚନା ଦିଆଯାଉଛି । ଦେଶର ନାମୀ ଦାମୀ ଟେଲିକମ କମ୍ପାନୀ ଏୟାରଟେଲ, ରିଲାଏନ୍ସ ଜିଓ ମେସେଜ ମାଧ୍ୟମରେ ନିଜ ଗ୍ରାହକ ମାନଙ୍କୁ ବାରମ୍ବାର ସୂଚନା ଦେଇ ଆସୁଛନ୍ତି ।

ସୂଚନା ଦେଉଛୁକି, ନଭେମ୍ବର ମାସରେ ଦୂର ସଂଚାର ମନ୍ତ୍ରାଳୟ ଏନେଇ ସୂଚନା ଦେଇଥିଲେ । ଏହା ସହ କହିଥିଲେକି, ଏହି ପଦକ୍ଷେପ କାର୍ଯ୍ୟକାରୀ ହେବା ପରେ ଭବିଷ୍ୟତରେ ଉପଯୋଗ ପାଇଁ ଥିବା ଅଧିକାଂଶ ନମ୍ବର ଖାଲି ଯିବ । ଏହା ଫଳରେ ପ୍ରାୟ ୨୫୩ଟି ନମ୍ବରୀଙ୍ଗ ସିରିଜ ବି ଉପଲବ୍ଧ ହେବାର ସମ୍ଭାବନା ରହିଛି । ୨୦୨୦ ମେ ୨୯ ତାରିଖରେ ଭାରତୀୟ ଦୂରସଂଚାର ବିନିୟାମକ ପ୍ରାଧିକରଣ ବା ଟ୍ରାଇ ଏଧରଣର କଲ ପାଇଁ ନମ୍ବର ପୂର୍ବରୁ ଶୂନ ଲଗାଇବାକୁ ସୁପାରିଶ କରିଥିଲେ । ଯାହା ଦ୍ୱାରା ଟେଲିକମ କମ୍ପାନୀ ମାନେ ଅଧିକରୁ ଅଧିକ ନମ୍ବର ତିଆରି କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.