Below header

ବିନ୍ଦାସ କ୍ରିସ୍ ଗେଲ୍, ପୁଣି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଆଉ ଏକ ଡ୍ୟାନ୍ସ ଭିଡିଓ

କ୍ରିସ୍ ଗେଲ୍ କ୍ରିକେଟ ଦୁନିଆର ଏମିତି ଏକ ନା, ଯିଏ ନିଜ ବିନ୍ଦାସ ସ୍ବଭାବ ପାଇଁ ବେଶ୍ ପରିଚିତ। ଗେଲ୍ ଙ୍କ ଲୁକ୍ ଏବଂ ତାଙ୍କ ଷ୍ଟାଇଲରେ ଦୁନିଆ ଫିଦା। ତେବେ ବର୍ତ୍ତମାନ ତାଙ୍କର ଏକ ଡ୍ୟାନ୍ସ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ସେ କିଛି ଡ୍ୟାନ୍ସର ମାନଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

gel

କ୍ରିକେଟ୍ ମୈଇଦାନଠାରୁ ଦୂରରେ ରହୁଥିବା ଗେଲ୍ ବର୍ତ୍ତମାନ ମସ୍ତି ମୁଡରେ ଅଛନ୍ତି । ଗେଲ୍ ନିଜେ ତାଙ୍କର ଏହି ଭିଡିଓ ଟ୍ବିଟର ଏବଂ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭିଡିଓ କୌଣସି ଏକ ପବ୍ ଭିତରର । ଯେଉଁଥିରେ କ୍ରିସଙ୍କ ସହିତ ବହୁ ଡ୍ୟାନ୍ସରଙ୍କୁ ଦେଖିବାକୁ ମିଳୁଛି । ତାଙ୍କର ଏହି ଅନ୍ଦାଜ୍ ତାଙ୍କ ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସୁଛି ।

ସୋସିଆଲ୍ ମଡିଆରେ ଲୋକଙ୍କ କହିବା କଥା କି ଏହି ଭିଡିଓ ବାଂଲାଦେଶର ରାଜଧାନୀ ଢାକାର ଅଟେ । ଯେଉଁଠାରେ ଗେଲ୍ ପ୍ରିମିୟର ଲିଗ୍ ଖେଳିବାକୁ ପହଁଚିଥିଲେ । ଅନ୍ଯପଟେ କିଛି ଲୋକ ଏହାକୁ ଜମାଇକାର ବୋଲି କହୁଛନ୍ତି । ଏହା ପ୍ରଥମ ଥର ନୁହେଁ ଗେଲଙ୍କର ଅନେକ ଭିଡିଓ ଆଗକୁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.