ଏକତରଫା ପ୍ରେମର ପରିଣତି, ପ୍ରେମିକ ପ୍ରବରଙ୍କୁ ଗରମ ପାଣି ମାଡ଼

ବାଲିଗୁଡ଼ା (କନ୍ଧମାଳ): ଉତ୍‌କ୍ଷିପ୍ତ ଯୁବତୀଙ୍କ ଉନ୍ମତ୍ତକାଣ୍ଡ । ପାଗଳ ପ୍ରେମିକକୁ ପାନେ ଦେବାକୁ ଯାଇ ଫିଙ୍ଗିଲେ ଗରମ ପାଣି । କନ୍ଧମାଳ ବେଲଘର ଥାନା କର୍ଯ୍ୟାଣ୍ଡି ଗାଁର ଜଣେ ଯୁବତୀଙ୍କୁ ଦୀପକ ଭୋଇ ନାମକ ଜଣେ ଯୁବକ ନିଜ ପ୍ରେମିକା କହି ବୁଲୁଥିଲେ । ଦୀପକ ଭୋଇ ବେଲଘର ଥାନା ଅଞ୍ଚଳରେ ଦୀର୍ଘ ଦିନ ହେବ ବୁଲା ବିକାଳୀ ଭାବେ ଗାଁ ଗାଁ ବୁଲି ଫ୍ୟାନସି ଆଇଟମ ବିକୁଥିଲେ । ଯୁବତୀ ଜଣକ ଏନେଇ ଜାଣିବା ପରେ ଦୀପକ ଉପରେ ଗରମ ପାଣି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଯୁବକଙ୍କ ଶରୀର ଅଧିକାଂଶ ଅଂଶ ଜଳିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ କରାଯାଇନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.