ଗଞ୍ଜାମ: ବନ୍ଧୁକ ମୁନରେ ଛେଳି ଚୋରୀ, ମାଲିକଙ୍କୁ ମାରଣାସ୍ତ୍ର ଦେଖାଇ ୨୦ରୁ ଉର୍ଦ୍ଧ୍ୱ ଛେଳି ଚୋରି କରିନେଲେ ଦୁର୍ବୃତ୍ତ

ଗଞ୍ଜାମ: ଛେଳି ନେଇଗଲେ, ଗାଡି ଛାଡିଗଲେ। ବନ୍ଧୁକ ମୁନରେ ଛେଳି ଚୋରୀ। ଛେଳି ମାଲିକଙ୍କୁ ମାରଣାସ୍ତ୍ର ଦେଖାଇ ଗୁଆଳରୁ ୨୦ରୁ ଉର୍ଦ୍ଧ୍ୱ ଛେଳି ଚୋରି କରିନେଲେ ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଥାନା ବରଗାଁରେ ଘଟିଛି ଏହି ଘଟଣା। ଗାଁରେ ରହୁଥିବା ଉଦୟ ଗଉଡ ନାମକ ଜଣେ ବ୍ୟକ୍ତିଙ୍କ ଗୁହାଳରୁ ୨୦ରୁ ଉର୍ଦ୍ଧ୍ୱ ଛେଳି ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଦୁର୍ବୃତ୍ତମାନେ ସ୍କର୍ପିଓ ଗାଡିରେ ଆସି ଛେଳି ଚୋରୀ କରିନେଉଥିଲେ। ଏହି ସମୟରେ ଉଦୟଙ୍କ ନିଦ ଭାଙ୍ଗିଯିବାରୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଛେଳି ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ହେଲେ ଗୋଟେ ସ୍କର୍ପିଓ ଗାଡି ଗାଁରେ ଛାଡି ଚାଲିଯାଇଛନ୍ତି। ଏନେଇ ଜଗନ୍ନାଥପ୍ରସାଦ ଥାନାରେ ଏତଲା ହୋଇଛି। ପୋଲିସ ଗାଁରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.