Below header

ଶାସ୍ତ୍ର ଅନୁସାରେ କାଉ ଓ ପେଚାଙ୍କୁ ଏସବୁ କାମ କରୁଥିବା ଦେଖିଲେ ଜୀବନ ପ୍ରତି ଆସିଥାଏ ବିପଦ

ହିନ୍ଦୁ ଧର୍ମରେ ଶୁଭ-ଅଶୁଭ ମାନ୍ୟତା କାହିଁ କେଉଁ ଆଦିମକାଳରୁ ଚାଲି ଆସିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରହିଥିବା ଏହି ବିଶ୍ୱାସ ଆଖପାଖରେ ଥିବା ଜୀବଜନ୍ତୁଙ୍କୁ ନେଇ ମଧ୍ୟ ରହିଛି। କାଉ ଓ ପେଚାଙ୍କୁ ନେଇ ଏମିତି ଅନେକ ଶୁଭ-ଅଶୁଭ କଥା ଆମ ସମାଜରେ ପ୍ରଚଳିତ। ଦିନରେ ପ୍ରାୟ ଜାଗାରେ କାଉ ଦେଖିବାକୁ ମିଳୁଥିବା ବେଳେ କେବଳ ରାତିରେ ଓ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପେଚା ଦେଖା ଯାଆନ୍ତି। କାଁ ଭାଁ କେଉଁଠି କେମିତି ଦେଖିବାକୁ ମିଳୁଥିବା ଏହି ଜୀବକୁ ନେଇ ମଧ୍ୟ ରହିଛି ଶୁଭ ଅଶୁଭ କଥା।

ଶକୁନ ଶାସ୍ତ୍ର ମୁତାବକ କାଉ ଓ ପେଚାଙ୍କ କେତେକ ସଙ୍କେତ ଆମ ପାଇଁ ଶୁଭ ହୋଇଥାଏ, ସେହିଭଳି କିଛି ଅଶୁଭ ମଧ୍ୟ ହୋଇଥାଏ। ଆସନ୍ତୁ ଜାଣିବା କାଉ ଓ ପେଚାଙ୍କ ସହ ଜଡ଼ିତ କେତେକ ଶୁଭ ଓ ଅଶୁଭ ସଙ୍କେତ:

କାଉ ସହ ଜଡ଼ିତ ଶୁଭ-ଅଶୁଭ:

୧. ଯଦି ଏକାଧିକ କାଉ କୌଣସି ସହର ବା ଗାଁରେ ଏକାଠି ବସି ବୋବାଉ ଥାଆନ୍ତି ତେବେ ସେହି ଅଞ୍ଚଳ ପ୍ରତି ବିପଦ ଆସି ପାରେ। ସେହିପରି କୌଣସି ଘର ଉପରେ କାଉମାନେ ବସି ରାବିଲେ ଘରର ମାଲିକଙ୍କ ଉପରେ ବିପଦ ମାଡ଼ିଆସେ।

୨. ଯଦି କୌଣସି ଲୋକ ଉପରେ କାଉ ବସେ, ତେବେ ତାଙ୍କ ଧନ ବା ସମ୍ମାନ ହାନି ହେବା ଆଶଙ୍କା ରହିଛି।

୩. ଯଦି କାହା ମୁଣ୍ଡ ଉପର କାଉ ବସେ, ତେବେ ତାଙ୍କ ସ୍ୱାମୀଙ୍କୁ ଗମ୍ଭୀର ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ।

୪. କୌଣସି ଶୁଭ କାମରେ ବାହାରୁଥିଲେ ଯଦି କାଉ ଆସି ଆପଣଙ୍କ ସାମ୍ନାରେ ଧୀରେ ଧୀରେ କା କା ରାବ କରେ ତେବେ ଯାତ୍ରା ଫଳପ୍ରଦ ହେବା ସୂଚନା ମିଳେ।

୫. ପାଣି ଭର୍ତ୍ତି ମାଠିଆ ଉପରେ କାଉ ବସିବା ଦ୍ୱାରା ଧନଧାନ୍ୟ ବୃଦ୍ଧି ହୋଇଥାଏ।

୬. କାଉ ଥଣ୍ଟରେ ରୁଟି କିମ୍ବା ମାଂସ ଖଣ୍ଡ ଆଣୁଥିବା ଦେଖିଲେ ମନର ଇଚ୍ଛା ପୂର୍ଣ୍ଣ ହୋଇଥାଏ।

୭. ଗଛ ଉପରେ ବସିଥିବା କାଉ ଯଦି ଶାନ୍ତ ସ୍ୱରରେ ରାବୁଥାଏ ତେବେ ସ୍ତ୍ରୀ ସୁଖ ପ୍ରାପ୍ତ ହୁଏ।

୮. କାଉ ଉପରକୁ ମୁହଁ କରି ଡେଣା ଝାଡ଼ି ଝାଡ଼ି ରାବୁଥିଲେ ଏହା ମୃତ୍ୟୁର ସୂଚନା ହୋଇଥାଏ।

୯. ଯଦି କାଉ କାହା ମୁଣ୍ଡ ଉପର ବସିବା ସହ ଖାଉଥିବା ହାଡ଼ ଆଦି ପକାଇଦିଏ ତେବେ ସେ ବ୍ୟକ୍ତିଙ୍କ ଜୀବନରେ ଗମ୍ଭୀର ସମସ୍ୟା ଆସିପାରେ।

୧୦. ଯଦି କାଉ ଡେଣା ଝାଡ଼ି ଝାଡ଼ି ଉଗ୍ର ସ୍ୱରରେ ରାବୁଥାଏ, ତେବେ ଏହା ଅଶୁଭ ସଙ୍କେତ।

ପେଚା ସହ ଜଡ଼ିତ ଶୁଭ-ଅଶୁଭ ସଙ୍କେତ:

୧. ଯଦି ପେଚା ସବୁେବେଳ କାହା ଘର ଉପରେ ବସୁଛି, ତେବେ ସେ ଘରର ଅନିଷ୍ଟ ହୋଇଥାଏ କିମ୍ବା ମାଲିକ ଉପରେ ଖରାପ ପ୍ରଭାବ ପଡ଼ିଥାଏ।

୨. ଦକ୍ଷିଣ ଆଫ୍ରିକାରେ ପେଚାଙ୍କ ସ୍ୱରକୁ ମୃତ୍ୟୁର ଶବ୍ଦ କୁହାଯାଏ।

୩. ଶକୁନ ଶାସ୍ତ୍ର ଅନୁସାରେ ଯଦି କାହା ଘର ଉପରେ ପେଚା ବସି ରାବୁଥାଏ ତେବେ ଘରର ମୁଖ୍ୟ କିମ୍ବା ପରିବାରର ସଦସ୍ୟଙ୍କ ମୃତ୍ୟୁ ଘଟିବା ଆଶଙ୍କା ରହିଛି।

୪. ଯଦି କାହା ଘରର କବାଟ ନିକଟରେ ଲଗାତାର ତିନି ଦିନ ଧରି ପେଚା ବୋବାଉଥାଏ, ତେବେ ତାଙ୍କ ଘରେ ଚୋରି ଡକାୟତି ହେବା ସମ୍ଭାବନା ରହିଛି।

୫. ଶକୁନ ଶାସ୍ତ୍ର ମୁତାବକ ପେଚା ବାମପଟକୁ ବୁଲି ଦେଖିବା ବା ପେଚାକୁ ବାମ ପଟେ ଦେଖିବା ଶୁଭ ହୋଇଥାଏ। କିନ୍ତୁ ଡାହାଣ ପଟେ ଦେଖିବା ଅତ୍ୟନ୍ତ ଅଶୁଭ ସଙ୍କେତ ହୋଇଥାଏ।

୬. ଅତିଥିଙ୍କ ପଛ ପାଖେ ପେଚା ଦେଖିଲେ କାମରେ ସଫଳତା ମିଳିବା ଯୋଗ ବଢ଼େ।

୭. ଇରାନରେ ପେଚାଙ୍କ ସ୍ୱର ମଧୁର ବା କର୍କଶ ହେବା ଅନୁସାରେ ଶୁଭ-ଅଶୁଭ ବିବେଚନା କରାଯାଏ।

୮. ତୁର୍କୀରେ ପେଚାଙ୍କ ସ୍ୱରକୁ ଅଶୁଭ କୁହାଯାଉଥିବା ବେଳେ ଧଳା ପେଚା ଦେଖିବାକୁ ଶୁଭ କୁହାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.