ପିଆଜ ପାଇଁ ଟଣାଓଟରା କେନ୍ଦ୍ର ଓ ରାଜ୍ୟ, ବିଦେଶରୁ ଆମଦାନୀ ପରେ ଧରାଛୁଆଁ ଦେଉନି ରାଜ୍ୟ

ପିଆଜ ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା । ଆବଶ୍ୟକ ବେଳେ କେନ୍ଦ୍ର ଉପରେ ଚାପ । ହେଲେ ବିଦେଶରୁ ଆମଦାନୀ ପରେ ଧରାଛୁଆଁ ଦେଉନି ରାଜ୍ୟ । ପିଆଜ ଦର ଦେଢ଼ ଶହ ଛୁଇଁଥିବା ବେଳେ କେନ୍ଦ୍ରକୁ ରାଜ୍ୟ ମାଗିଥିଲା ୧୦୦ ମେଟ୍ରିକ୍‌ ଟନ୍‌ । ଏନେଇ ଅଧିକ ଆଲୋଚନା ପାଇଁ ସେତେବେଳେ ବିଭାଗୀୟ ସଚିବଙ୍କୁ ଦିଲ୍ଲୀ ପଠାଗଲା । ଦିଲ୍ଲୀ ଯାଇ ବିଭାଗ ସହ ଆଲୋଚନା କରି ୧୦୦ ମେଟ୍ରିକ ଟନ୍‌ ପିଆଜ ମଗାଇଲେ । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଚାପ ପଡିବା ପରେ କେନ୍ଦ୍ର ସରକାର ଇଜିପ୍ଟ ଓ ତୁର୍କୀରୁ ମଗାଇଲେ ପିଆଜ । ଭିଡ଼ିଓ କନଫରେନ୍‌ସିଂ ଜରିଆରେ ଆଲୋଚନା କରିବା ପରେ ପିଆଜ ବିଦେଶରୁ ମଗାଯାଇଥିଲା । କେବଳ ଓଡ଼ିଶା ନୁହେଁ, ଆସାମ, ମହାରାଷ୍ଟ୍ର, କର୍ଣ୍ଣାଟକ ଭଳି ରାଜ୍ୟ କେନ୍ଦ୍ର ଉପରେ ଚାପ ପକାଇଥିଲେ । ପିଆଜ ଆସିବା ବେଳକୁ ଦର କମିଗଲା । ନାସିକ୍‌ରୁ ପିଆଜ ଉତ୍ପାଦନ ଆରମ୍ଭ ହୋଇଗଲା । ଏହାସହ ସ୍ଥାନୀୟ ବଜାରରୁ ନୂଆ ପିଆଜ ବଜାରକୁ ଆସିଲା । ଫଳରେ ଦର ଖସିଗଲା । ହେଲେ ବିଦେଶରୁ ଆସିଥିବା ପିଆଜକୁ ଆଉ ନେଲେ ନାହିଁ ରାଜ୍ୟ ସରକାର । ଏବେ ସେହି ପିଆଜକୁ ନେଇ ଭିଡାଭିଡ଼ି । ରାଜ୍ୟ ନେବାପାଇଁ ପ୍ରସ୍ତୁତ ନୁହେଁ । କେନ୍ଦ୍ର କିନ୍ତୁ ରାଜ୍ୟ ଉପରେ ଚାପ ପକାଉଛି । କେବଳ ଓଡ଼ିଶା ନୁହେଁ, ଅନ୍ୟ ରାଜ୍ୟମାନେ ମଧ୍ୟ ପିଆଜ ନେଉନାହାନ୍ତି । ଏବେ ପ୍ରଶ୍ନ ଉଠୁଛି ପିଆଜ ଏବେ କଣ ହେବ ? ରାଜ୍ୟ ସରକାର ଯଦି ନେଲେ ନାହିଁ, ମଗାଉଥିଲେ କାହିଁକି ? ଏଭଳି ପ୍ରସଙ୍ଗରେ ଆଗକୁ ରାଜ୍ୟ ପ୍ରତି କେନ୍ଦ୍ର କି ଆଭିମୁଖ୍ୟ ରହିବ ? ଅନ୍ୟ କୌଣସି କ୍ଷେତ୍ରରେ ଏଭଳି ସ୍ଥିତି ଉପୁଜୁଲି, କେନ୍ଦ୍ର ସହଯୋଗ କରିବ ତ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.