ଆହତ ଅବସ୍ଥାରେ ଉଦ୍ଧାର ହେଲା ବିରଳ ପ୍ରଜାତିର ଧଳା ଚିଲ, ଅସ୍ତରଙ୍ଗ ବନାଞ୍ଚଳରୁ ମିଳିଲା ସନ୍ଧାନ

ଅସ୍ତରଙ୍ଗ : ଆହତ ଅବସ୍ଥାରେ ଉଦ୍ଧାର ହେଲା ବିରଳ ପ୍ରଜାତିର ଧଳା ଚିଲ । ଅସ୍ତରଙ୍ଗ ବନାଞ୍ଚଳ ଅଧୀନରେ ପକ୍ଷୀଗଣନା ଚାଲିଥିବା ବେଳେ ଧଳା ଚିଲକୁ ବନ ବିଭାଗର କର୍ମୀମାନେ ଉଦ୍ଧାର କରିଛନ୍ତି। ଏହି ବିରଳ ପ୍ରଜାତିର ପକ୍ଷୀଟିକୁ ପ୍ରଥମ ଶ୍ରେଣୀର ଗଣାଯାଇଥାଏ। ଏହି ପକ୍ଷୀ ଅଷ୍ଟ୍ରେଲିଆ,ଶ୍ରୀଲଙ୍କା ଏବଂ ଭାରତର ମୁମ୍ବାଇ ଉପକୂଳ ଅଞ୍ଚଳରେ ଦେଖିବାକୁ ମିଳିଥାନ୍ତି। ଏମାନେ ମୁଖ୍ୟତଃ ସମୁଦ୍ର, ନଦୀକୂଳ ଅଞ୍ଚଳରେ ରହିଥିବା ଉଚ୍ଚ ଉଚ୍ଚ ଗଛମାନଙ୍କରେ ବସା ବାନ୍ଧି ରହିଥାନ୍ତି।

ଆକାଶରେ ଉଡି ବୁଲୁଥିବା ବେଳେ, ସମୁଦ୍ରରେ ଥିବା ମାଛକୁ ଠାବ କରି ଏହାକୁ ଉଠାଇଥାନ୍ତି। ଏକାଥରକେ ଅଢେଇ କିଲୋଗ୍ରାମ୍‌ ଓଜନର ମାଛକୁ ଟେକି ନେଇ ଯିବାର କ୍ଷମତା ରଖିଥାନ୍ତି। ଏପରି ୪ଟି ଧଳା ଚିଲ ଦେଖିବାକୁ ମିଳିଥିଲା। ଆହତ ପକ୍ଷୀଟିର ବାମ ପାଖ ଡେଣାରେ ଆଘାତ ଲାଗି ଭାଙ୍ଗି ଯାଇଥିବା ଜଣାପଡିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.