Below header

କ୍ରିକେଟରେ କାହାର ନାଁ ବୁମବୁମ୍, ଦେଇଥିଲା କିଏ ?

ବିଶ୍ବ କ୍ରିକେଟରେ ନିଜ ଖେଳକୁ ନେଇ ଅନେକ ଖେଳାଳିଙ୍କ ଡାକ ନାମ ସବୁ ବଦଳି ଯାଇଥାଏ । ଯେମିତି ସଚିନ୍ ତେନ୍ଦୁଲକରଙ୍କୁ ମାଷ୍ଟର ବ୍ଲାଷ୍ଟର, ଦ୍ରାବିଡ଼ଙ୍କୁ ଦି ୱାଲ ବୋଲି ଡାକନ୍ତି । ସେମିତି କହିଲେ ଦେଖି କାହାର ନାଁ ବୁମବୁମ୍ ? ମନେ ପଡୁନି ? ତାହାଲେ ଆମେ କହି ଦେଉଛୁ, ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସାହିଦ ଆଫ୍ରିଦିଙ୍କ ନାଁ ହେଉଛି ‘ବୁମବୁମ୍’ । ନିଜର ଧମାକାଦାର ବ୍ୟାଟିଂ ପାଇଁ ତାଙ୍କୁ ଏହି ନାଁ ମିଳିଛି । ଯିଏକି ସବୁ ବେଳେ ଚୌକା ଅପେକ୍ଷା ଛକ୍କା ମାରିବାରେ ଓସ୍ତାଦ । ମାତ୍ର ୩୭ଟି ବଲରେ ଆଫ୍ରିଦି ଦିନିକିଆ ଆନ୍ତର୍ଜାତିକରେ ଶତକ ହାସଲ କରିଥିଲେ । ତେବେ ଏହି ବୁମବୁମ୍ ନାଁଟି କିଏ ଦେଇଛି ସେକଥା ମଧ୍ୟ ଖୁବ୍ କମ୍ ଲୋକଙ୍କୁ ଜଣା । ଏ ସମ୍ପର୍କରେ ନିଜେ ଆଫ୍ରିଦି କହିଛନ୍ତି । ତାଙ୍କ ବୁମବୁମ୍ ନାଁ ଦେଇଛନ୍ତି ପୂର୍ବତନ ଅଲରାଉଣ୍ଡର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ । ଜଣେ ଫ୍ୟାନଙ୍କ ପ୍ରଶ୍ନର ଉତ୍ତର ଦେଇ ଟ୍ବିଟରରେ ଏହା କହିଛନ୍ତି ଆଫ୍ରିଦି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.