Below header

ବିଜୟ ମିଶ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେ ନ୍ୟୁଜ) : ପ୍ରଖ୍ୟାତ ଓଡ଼ିଆ ନାଟ୍ୟକାର ତଥା ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ବିଜୟ ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମଞ୍ଚ ନାଟକ ଏବଂ ଓଡ଼ିଆ ସିନେମା ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ସେ କହିଛନ୍ତି ।

ବିଜୟ ମିଶ୍ରଙ୍କ ପରଲୋକରେ ଆଜି ଓଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି । ଅନେକ ବରିଷ୍ଠ ଓ କନିଷ୍ଠ ଅଭିନେତାଙ୍କ ସମେତ ନିର୍ଦ୍ଦେଶକ, ପ୍ରଯୋଜକ ସମସ୍ତେ ଶୋକ ପ୍ରକଟ କରିଛନ୍ତି

BIJAY MISHRA_DEAD

ଡ. ଅଚ୍ୟୁତ ସାମନ୍ତଙ୍କ ଶୋକ

ସେହିପରି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ମଧ୍ୟ ବିଜୟ ମିଶ୍ରଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
‘କାଦମ୍ବିନୀ’ ସମ୍ପାଦିକା ତଥା ବିଶିଷ୍ଟ ସାହିତ୍ୟିକା ଡ. ଇତି ସାମନ୍ତ ମଧ୍ୟ ଶୋକ ପ୍ରକଟ କରି ଓଡ଼ିଶା ଜଣେ ଭଲ ନାଟ୍ୟକାରଙ୍କ ହରାଇଲା ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.