ଧନ୍ୟବାଦ କରୋନା ଯୋଦ୍ଧା, ଭୂମିରେ ଶୋଇଥିବା ଦୁଇ ପୋଲିସକର୍ମୀଙ୍କ ଫଟୋ ଭାଇରଲ

କରୋନା ମୁକାବିଲାରେ ସବୁଠାରୁ ବଡ ଭୂମିକା ଡାକ୍ତର ଏବଂ ପୋଲିସକର୍ମୀ ମାନଙ୍କର ରହିଛି। ଏମାନେ ନିଜ ଘର ଭୁଲି ଦିନ ରାତି କରୋନା ଯୋଦ୍ଧା ଭାବରେ ନିଜ କର୍ତ୍ତବ୍ୟ କରୁଛନ୍ତି। ସୋସିଆଲ ମିଡିଆରେ ଏବେ ଏକ ଫଟୋ ଖୁବ ଭାଇରଲ ହେଉଛି। ଏହି ଭାଇରଲ ହେଉଥିବା ଫଟୋରେ ଦୁଇ ଜଣ ପୋଲିସକର୍ମୀ ନଜର ଆସୁଛନ୍ତି।

ଏହି ଫଟୋକୁ ଅରୁଣାଚଳ ପ୍ରଦେଶର ଆଇପିଏସ ଅଫିସର ଡେପୁଟି ଜେନେରାଲ ଅଫ ପୋଲିସ ମଧୁର ବର୍ମା ସେୟାର କରିଛନ୍ତି। ସେ ଏହି ଫଟୋକୁ ସେୟାର କରି ଲେଖିଛନ୍ତି, କରୋନା ଭାଇରସ ମହାମାରୀ ସମୟରେ କାମ କରୁଥିବା ଦୁଇ ‘କରୋନା ଯୋଦ୍ଧା’।


ସୋସିଆଲ ମିଡ଼ିଆରେ ସେୟାର ହେବାର ମାତ୍ର କିଛି ସମୟ ମଧ୍ୟରେ ଏହି ଫଟୋଟି ଖୁବ ଭାଇରଲ ହୋଇଗଲା ଏବଂ ଲୋକମାନେ ଏହି ଫଟୋକୁ ଦେଖି ଥ୍ୟାଙ୍କ ୟୁ କରୋନା ୱାରିୟର୍ସ କମେଣ୍ଟରେ ଲେଖୁଛନ୍ତି। ଏହି ଭାଇରଲ ହେଉଥିବା ଫଟୋକୁ ସେୟାର କରି ପୋଲିସ ଅଧିକାରୀ ଲେଖିଛନ୍ତି, COVID-୧୯ ସହ ଲଢେ଼ଇ କରି ପୋଲିସକର୍ମୀ ମାନେ ନିଜ ଘର ଛାଡ଼ି ୨୪ ଘଣ୍ଟା ଡ୍ୟୁଟି କରୁଛନ୍ତି। ଏମାନଙ୍କର ଏହି ସମର୍ପଣ ପାଇଁ ବହୁତ ବହୁତ ଧନ୍ୟବାଦ। ଆପଣ ଜଣେ ପୋଲିସ ଆଉ ଆପଣଙ୍କୁ ଏହା ଠାରୁ ଆରମଦାୟକ ବିଛଣା ଆଉ କିଛି ହୋଇପାରେନା। ଆମେ ଏମାନଙ୍କ ପାଇଁ ଗର୍ବିତ।’

ଆପଣ ବି ଥରେ ଏ ଫଟୋକୁ ଦେଖନ୍ତୁ, କିପରି ଦେଶବାସୀଙ୍କ ଜୀବନ ରକ୍ଷା କରିବା ପାଇଁ ଡ଼ାକ୍ତରଙ୍କ ସହିତ ପୋଲିସକର୍ମୀ ମଧ୍ୟ କରୋନା ସହିତ ମୁକାବିଲା କରୁଛନ୍ତି। ବାସ୍ତବରେ ଆମ ମାନଙ୍କୁ ସୁରକ୍ଷା ଦେବା ପାଇଁ ଏମାନେ କେମିତି ନିଜ ନିଦ ହଜାଇ ଦେଇଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.