Below header

ବଦଳିଲା ପରମ୍ପରା, ବଦଳିଲା ଇତିହାସ : ପୁଷ୍କରିଣୀ ଛାଡ଼ି କୁଣ୍ଡରେ ଚାପ ଖେଳିଲେ ମହାପ୍ରଭୁ

ଲୀଳାମୟ ଠାକୁର ସେ । କେତେବେଳେ କିଭଳି ଲୀଳା କରନ୍ତି ତାକୁ ମୁନଷ୍ୟ ବୁଝିବା ମୁସ୍କିଲ । ଆଜି କରୋନା କବଳରେ ଥିବା ସାରା ବିଶ୍ୱ ପାଇଁ ପୁଣି ବାର୍ତ୍ତା ଦେଇଛନ୍ତି ମହାପ୍ରଭୁ ଜଗନ୍ନାଥ । ଶ୍ରୀମନ୍ଦିର ପରମ୍ପରା ବଦଳିଛି । ବଦଳିଛି ଇତିହାସ । ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଭିତର ବେଢାରେ ଅନୁଷ୍ଠିତ ହୋଇଛି ବିଶ୍ୱନିୟନ୍ତାଙ୍କ ଚନ୍ଦନଯାତ୍ରା ଓ ରଥ ନିର୍ମାଣ ଅନୁକୂଳ।
ଜଳକ୍ରୀଡ଼ା ମଣ୍ଡପ ନିକଟରେ ୩ଟି ଅସ୍ଥାୟୀ ସ୍ନାନ କୁଣ୍ଡରେ ଚନ୍ଦନଯାତ୍ରାର ବିଧି ଅନୁଷ୍ଠିତ ହୋଇଥିବା ବେଳେ ସୁନାବେଦୀ ଓ ଚାହାଣୀ ମଣ୍ଡପ ମଧ୍ୟ ଭାଗରେ ଅନୁକୂଳ ହୋଇଛି ରଥନିର୍ମାଣର କାଠ ଅନୁକୂଳ। କରୋନା କଟକଣା ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନୀତି ପାଳନ କରାଯାଇଛି।

PATITAPABANAମହାପ୍ରଭୁଙ୍କ ଚନ୍ଦନଯାତ୍ରା ଓ ରଥ ନିର୍ମାଣ ଅନୁକୂଳ ନୀତିରେ ବଡ଼ ପରିବର୍ତ୍ତନ। ଇତିହାସରେ ପ୍ରଥମ ଥର ପାଇଁ ବାହାର ଚନ୍ଦନଯାତ୍ରା ବନ୍ଦ କରାଯାଇଛି। ବିଧି ରକ୍ଷା ପାଇଁ ଶ୍ରୀମନ୍ଦିର ପରିସର ଭିତରେ ହୋଇଛି ଯାତ୍ରା ନୀତି। ଶ୍ରୀମନ୍ଦିର ବେଢ଼ା ଭିତରେ ଥିବା ନୃସିଂହ ମନ୍ଦିର ନିକଟ ଜଳକ୍ରୀଡ଼ା ମଣ୍ଡପରେ ହୋଇଛି ଚନ୍ଦନ ଯାତ୍ରା ଓ ଚାପଖେଳ ନୀତି। ୩ଟି ଅସ୍ଥାୟୀ ସ୍ନାନକୁଣ୍ଡ ନିର୍ମାଣ କରାଯାଇ ମହାପ୍ରଭୁଙ୍କ ୨୧ ଦିନିଆ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ବିଶାଳ ନରେନ୍ଦ୍ର ପୁଷ୍କରିଣୀ ଛାଡ଼ି ମହାପ୍ରଭୁ ଚାପ ଖେଳିଛନ୍ତି କୁଣ୍ଡ ପାଣିରେ । ପ୍ରତୀକାତ୍ମକ ଭାବେ ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା ।

PURI-2ସେହିପରି ଶ୍ରୀମନ୍ଦିର ମଦନ ମୋହନ ପାଚେରୀ କଡ଼ରେ ଥିବା ସ୍ନାନବେଦୀ ଦକ୍ଷିଣ ପାର୍ଶ୍ୱରେ ଅସ୍ଥାୟୀ ରଥଖଳାରେ ସମ୍ପନ୍ନ ହୋଇଛି ରଥ ନିର୍ମାଣର ଶୁଭ ଅନୁକୂଳ। ମହାପ୍ରଭୁଙ୍କ ଠାରୁ ପୂଜାପଣ୍ଡା ଆଜ୍ଞାମାଳ ଆଣିବା ପରେ ୩ ରଥ ପାଇଁ ଥିବା ୩ଟି କାଠରେ ରଥ ନିର୍ମାଣର ଅନୁକୂଳ କରିଥିଲେ ବିଶ୍ୱକର୍ମା ମହାରଣା। ପୁରୋହିତମାନେ ବନଯାଗ ଯଜ୍ଞ ବିଧିରେ ରଥଖଳାକୁ ମାର୍ଜନା କରିବା ପରେ ସ୍ତୋସ୍ତ୍ରୀୟ ବ୍ରାହ୍ମଣ ଓ ରାଜଗୁରୁମାନେ ମନ୍ତ୍ର ଉଚ୍ଚାରଣ କରି ରଥ କାଠର ସଂସ୍କାର କରିଥିଲେ। ଏହା ପରେ ହୋଇଥିଲା ରଥନିର୍ମାଣର ଶୁଭ ଅନୁକୂଳ।

PURI-3ଶ୍ରୀମନ୍ଦିରରେ ଭିତରେ ଚନ୍ଦନଯାତ୍ରା ଓ ଅକ୍ଷୟ ତୃତୀୟା ନୀତି ସଂପନ୍ନ ହୋଇଥିବା ବେଳେ ବିଧିରକ୍ଷା ପାଇଁ କେବଳ ଏହି ନୀତି କରାଯାଇଛି। ଦୁର୍ଲଭ ନୀତି କିନ୍ତୁ ଦେଖିବାରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ହେଲେ ସେ ବିଶ୍ୱବିଧାତା ଯାହା ବି କରନ୍ତି ଜଗତର ମଙ୍ଗଳ ପାଇଁ । ଏ ବିଶ୍ୱାସ ହିଁ ଭକ୍ତ ଆଉ ଭଗବାନର ସମ୍ପର୍କ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.