ଲକ୍‌ଡାଉନ୍‌ ଦୃଷ୍ଟିରେ ରଖି ବିଧି ରକ୍ଷା କରି ସମ୍ବଲପୁରରେ ଶୀତଳ ଷଷ୍ଠୀ ପାଇଁ ନିରାଡମ୍ବର ଭାବେ ହେଲା ଥାଳ ଉଠା କାର୍ଯ୍ୟକ୍ରମ

ସମ୍ବଲପୁର(କେନ୍ୟୁଜ): ଅକ୍ଷୟ ତୃତୀୟା ଅବସରରେ ସମ୍ବଲପୁରରେ ଶୀତଳଷଷ୍ଠୀ ପାଇଁ ଥାଳଉଠା କାର୍ଯ୍ୟକ୍ରମ ହୋଇଛି । ଲକ୍‌ଡାଉନ୍‌ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେବଳ ବିଧି ରକ୍ଷା କରି ନିରାଡମ୍ବର ଥାଳଉଠା କାର୍ଯ୍ୟ ହୋଇଛି । ସାମାଜିକ ଦୂରତ୍ୱ ବଜାୟ ରଖି ମାତ୍ର ୪ରୁ ୫ ଜଣଙ୍କ ମଧ୍ୟରେ ସମସ୍ତ ରୀତିନୀତି ସହ ଥାଳଉଠା କାର୍ଯ୍ୟ ସମ୍ପନ୍ନ ହୋଇଛି । କିଛି ମନ୍ଦିରରେ ଥାଳ, ଘରକୁ ଯିବା ବ୍ୟବସ୍ଥା କରାଯାଇଥିବା ବେଳେ ଅନେକ ମନ୍ଦିର ଗୁଡ଼ିକରେ ସାମାଜିକ ଦୂରତ୍ୱ ବଜାୟ ରଖି ଥାଳରେ ଦାନ ଦେବା ପାଇଁ ଭକ୍ତଙ୍କୁ ମନ୍ଦିର ଆସିବାକୁ କୁହାଯାଇଥିଲା । ଯେପରି ସାମାଜିକ ଦୂରତ୍ୱରେ ବ୍ୟାଘାତ ସୃଷ୍ଟି ନହେବ ସେଥିପାଇଁ ମନ୍ଦିରଗୁଡ଼ିକ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରି ଦାନ ଗ୍ରହଣ କରାଯାଇଛି ।

SITALA-3

ସମ୍ବଲପୁର ସହରରେ ଥିବା ନନ୍ଦପଡ଼ାର ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା ଓ ମୋଦୀପଡ଼ାର ଜାଗେଶ୍ୱର ବାବାଙ୍କ ମନ୍ଦିରରେ କେବଳ ବିଧି ରକ୍ଷା ପାଇଁ ଥାଳ ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

SITALA-4

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.