Below header

କରୋନା ନିୟନ୍ତ୍ରଣ ପାଇଁ ତିନି ଦିନ ବନ୍ଦ ରହିବ ଅଧା ଯାଜପୁର : ପ୍ରଶାସନର ବଡ଼ ପଦକ୍ଷେପ, ୫ଟି ବ୍ଲକକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଯାଜପୁର ଟାଉନ୍‌ (କେନ୍ୟୁଜ) କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଅଧା ଯାଜପୁର । କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଯାଜପୁର ଜିଲା ପ୍ରଶାସନର ବଡ ପଦକ୍ଷେପ । ଜିଲାର ଯାଜପୁର, ବିଂଝାରପୁର, ବରୀ, ଦଶରଥପୁର, କୋରେଇ ଏବଂ ଯାଜପୁର ପୌରପାଳିକାକୁ ସଂପୁର୍ଣ୍ଣ କଂଟେନମେଂଟ ଅଂଚଳ ଘୋଷଣା କରିଛି ଜିଲା ପ୍ରଶାସନ । ଜିଲାରେ ୧୮ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏପରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଏହି ଅଂଚଳରେ ଆସନ୍ତା କାଲି ଦିନ ୧୨ଟାରୁ ଏହି କଟକଣା ୨୯ ତାରିଖ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବଳବତର ରହିବ । କେବଳ ଔଷଧ ଦୋକାନକୁ ଛାଡି ଦେଲେ ଅନ୍ୟ କୌଣସି ଦୋକାନ ଖୋଲିବ ନାହିଁ । ଏହି ସମୟରେ କେହି ବାହାରକୁ ନ ବାହାରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.