ଆଜି ରାଜ୍ୟରେ ୧୧୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୩୪୯୮କୁ ବୃଦ୍ଧି

ଭୁବନେଶ୍ୱର: ଆଜି ରାଜ୍ୟରେ ୧୧୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା
୩୪୯୮ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ । ଏମଧ୍ୟରୁ ୧୦୭ ଜଣ କ୍ଵାରେଣ୍ଟିଂନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି ।
COVID-19 REPORT FOR 11th JUNE
New Positive Cases: 112
In quarantine: 107
Local contacts: 5(Details of local contacts will be shared by concerned District Administration)
District Wise Cases
1. Jharsuguda: 2
2. Malangiri: 3
3. Keonjhar: 5
4. Jajpur: 3
5. Khordha: 8
6. Angul: 6— I & PR Department, Odisha (@IPR_Odisha) June 12, 2020
ଆଜି ରାଜ୍ୟରେ ୧୯ଟି ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରୁ ଝାରସୁଗୁଡାରୁ ୨ଜଣ, ମାଲକାନାଗିରି ଜିଲ୍ଲାରୁ ୩ ଜଣ, କେଉଁଝରରୁ ୫ ଜଣ, ଯାଜପୁର ଜିଲାରୁ ୩ ଜଣ, ଖୋର୍ଦ୍ଧରୁ ୮ ଜଣ, ଅନୁଗୁଳରୁ ୬ ଜଣ ଚିହ୍ନଟ ହୋଇଛନ୍ତି | ସେହିପରି ଦେବଗଡରୁ ୨ ଜଣ, କଟକରୁ ୩ ଜଣ, ଗଂଜାମରୁ ୬ ଜଣ, ସୁନ୍ଦରଗଡ଼ରୁ ୪ ଜଣ, ପୁରୀ ରୁ ୧୫ ଜଣ, ବୌଦ୍ଧରୁ ୩ ଜଣ, ଗଜପତି ଓ ସମ୍ବଲପୁରରୁ ୫ ଜଣ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
7. Deogarh: 2
8. Cuttack: 3
9. Ganjam: 6
10. Sundargarh: 4
11. Puri: 15
12. Boudh: 3
13. Gajapati: 5
14. Sambalpur: 5
15. Bolangir: 5
16. Mayurbhanj: 7
17. Balasore: 5
18. Nayagarh: 4
19. NDRF/ ODRAF/ Fire service: 21— I & PR Department, Odisha (@IPR_Odisha) June 12, 2020
ସେହିପରି ବଲାଙ୍ଗୀରରୁ ୫ଜଣ, ମୟୁରଭଞ୍ଜରୁ ୭ ଜଣ, ବାଲେଶ୍ଵର ଜିଲ୍ଲାରୁ ୫ ଜଣ, ନୟାଗଡରୁ ୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗରୁ ୨୧ଟି ପଜିଟିଭ କେସ ବାହାରିଛି । କହିରଖିବା ଉଚିତ ହେବକି, ଗତ କାଲି ଅପରାହ୍ନରେ ୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।