Below header

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ, ଭାରତୀୟ ସେନାର କଡା ଜବାବରେ ପାକ୍ ସେନା ବ୍ୟାପକ କ୍ଷତି

ଏହି କରୋନା ଭାଇରସ ମଧ୍ୟରେ ବି ପାକିସ୍ତାନ ନିଜ ପ୍ରକୃତିରୁ ବାଦ ପଡୁନି । ଗୁରୁବାର ରାତିରେ ଜାମ୍ମୁ କାଶ୍ମୀରର ରାଜୌରି ଏବଂ ପୁଞ୍ଚ ସେକ୍ଟରରେ ପାକିସ୍ତାନୀ ସେନା ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ପାକିସ୍ତାନୀ ସେନା ଦ୍ୱାରା ଏହି ସେକ୍ଟରରେ ଲଗାତାର ଭାବେ ଗୁଳି ଚାଳନା କରାଯାଇଥିଲା । ଯଦିଓ ଭାରତୀୟ ସେନା ମଧ୍ୟ ଏହାର କଡା ଜବାବ ଦେଇଛି ।

India carries out precision targetting of Pakistan terror ...

ପାକିସ୍ତାନ ପକ୍ଷରୁ ରାଜୌରୀ ସେକ୍ଟରରେ ଭାରତୀୟ ସେନା ପୋଷ୍ଟକୁ ଟାର୍ଗେଟ କରି ଗୁଳି ବିନିମୟ କରାଯାଇଥିଲା । ଭାରତୀୟ ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନ ଗୁଳି ବିନିମୟର ଜବାବ ଦେବା ସହିତ ସେନା ପକ୍ଷରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ସେନାର ପୋଷ୍ଟକୁ ବ୍ୟାପକ କ୍ଷତି ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.