ଅଭିନେତା ଧର୍ମେନ୍ଦ୍ରଙ୍କ ‘He-Man Restraunt’କୁ ଅବରୋଧ କଲେ କର୍ମଚାରୀ, ଜାଣନ୍ତୁ କାହିଁକି

୧୯୬୦-୭୦ ଦଶକରେ ‘କୁତା ମେ ତେରା ଖୁନ୍ ପି ଜାଉଁଗା’ ଡାଏଲଗ୍ କହୁଥିବା ଲୋକପ୍ରିୟ ଫିଲ୍ମ ଅଭିନେତା ଧର୍ମେନ୍ଦ୍ରଙ୍କ ଜିଟି ରୋଡ ସ୍ଥିତ ‘ହି-ମ୍ଯାନ ରେଷ୍ଟୁରାଣ୍ଟ’ ଉପରେ କମ୍ପାନୀ କର୍ମଚାରୀ ନିଜ ସାଥୀ ମାନଙ୍କ ସହ ମିଶି ଅଧିକାର କରିଛନ୍ତି। କେବଳ ଏତିକି ନୁହେଁ କର୍ମଚାରୀମାନେ ନିଜକୁ କମ୍ପାନୀର ଜେନେରାଲ ମ୍ଯାନେଜର କହି କମ୍ପାନୀକୁ ବ୍ଲାକମେଲ୍ କରୁଛନ୍ତି। ସୂଚନା ମୁତାବକ ସିଟି ଥାନା ବୋଳିସ କମ୍ପାନୀର କର୍ମଚାରୀ ନବଦୀପ ସହିତ ତାଙ୍କର ଅନ୍ଯ ସାଙ୍ଗଙ୍କ ବିରୁଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରିଛନ୍ତି। ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଗତ ୧୪ ଫେବୃଆରୀରେ ନିଜେ ‘ହିମ୍ଯାନ’ ରେଷ୍ଟୁରାଣ୍ଟକୁ ନିଜେ ଧର୍ମେନ୍ଦ୍ର ରିବନ୍ କାଟି ଉଦଘାଟନ କରିଥିଲେ।

dhabaଏ ସମ୍ପର୍କରେ ପୋଲିସକୁ ଜଣାଇବା ସହ ଭିକାଶ କୁମାର କହିଛନ୍ତି, ନବଦୀପ ତାଙ୍କ କମ୍ପାନୀରେ ଜଣେ କେବଳ କର୍ମଚାରୀ ଥିଲେ। କର୍ମଚାରୀ ଜଣକ ଠକାମି କରି ନିଜକୁ ଜେନେରାଲ ମ୍ଯାନେଜର କହିଛନ୍ତି। ଏଥିସହ ସମସ୍ତ ସରକାରୀ ଅଧିକାରୀଙ୍କୁ ମଧ୍ଯ ଭୁଆଁ ବୁଲାଉଥିଲେ। ସେ କମ୍ପାନୀର ଲେଟର ହେଡ୍ ଏବଂ ମୋହରଙ୍କୁ ଧୋକା ଦେଇ ଜେନେରାଲ ମ୍ଯାନେଜରର ସାଇନ୍ କରିଥିଲେ। ଏସବୁ ପରେ ସେ ଗତ ୨୭ ମେରେ ଏକ ମେଳାରେ ନିଜକୁ ନିଜେ ପାର୍ଟନର କହିବା ସହ ୧.୫କୋଟି ଟଙ୍କା ଦାବି କରିଥିଲେ। ଏନେଇ ସିଟି ଥାନା ଅଧିକାରୀ ହରବିନ୍ଦ କହିଛନ୍ତି ଦାବି ଅନୁଯାୟୀ ଉକ୍ତ କର୍ମଚାରୀଙ୍କ ବିରୁଧରେ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.