Below header

ରାଜ୍ୟରେ ଆଜି ଆଉ ଜଣେ କରୋନା ସଂକ୍ରାମିତଙ୍କ ମୃତ୍ୟୁ ହୋଇଛି, ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର

ଭୁବନେଶ୍ୱର: ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷୀୟ ବ୍ୟକ୍ତି ବୋଲି ଜଣାଯାଇଛି । ଏବାବଦରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ଏକ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ | ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ, ସେ ଦୀର୍ଘ ଦିନ ହେବ ଶ୍ଵାସ ଜନିତ ସମସ୍ୟା ବା ଆକ୍ୟୁଟ ରେସ୍ପିରେଟୋରି ଡିଷ୍ଟ୍ରେସ ସିଣ୍ଡ୍ରୋମ ଜନିତ ରୋଗରେ ପୀଡିତ ଥିବା ଜଣାଯାଇଛି । କହିରଖିବା ଉଚିତ ହେବକି, ଗତକାଲି ରାଜଧାନୀ

ଭୁବନେଶ୍ବରରେ ଜଣେ ୩୮ବର୍ଷିୟା ମହିଳାଙ୍କର ମୃତ୍ୟୁ ହୋଇଥିବା ନେଇ ପ୍ରଥମେ ଖବର ପ୍ରକାଶ ପାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ମୃତ୍ୟୁ କରୋନା କାରଣରୁ ହୋଇନଥିବା ଜଣାଯାଇଥିଲା । ମହିଳା ଜଣଙ୍କ ସୋରିୟାସିସ୍ ପାଇଁ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ । ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଥିବା ସହ ମଲ୍ଟି ଅର୍ଗାନ୍ ବିଫଳତା ଏବଂ ସେପ୍ଟିକ୍ ଶକ୍ ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରାଜ୍ଯ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.