Below header

ବରପଦା ଇଞ୍ଜିନିୟରିଂ କଲେଜରୁ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ବହିଷ୍କାର ଦାବି, ୧୨ ଘଣ୍ଟିଆ ଭଦ୍ରକ ବନ୍ଦ

୧୨ ଘଣ୍ଟିଆ ଭଦ୍ରକ ବନ୍ଦ । ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ବନ୍ଦ ଡାକରା ଦିଆଯାଇଛି । ବରପଦା ବିକାଶ ମଞ୍ଚ ପକ୍ଷରୁ ଭଦ୍ରକ ବନ୍ଦ ପାଳନ କରାଯାଇଛି । କଲେଜରୁ ପ୍ରଫୁଲ୍ଲ ସାମଲଙ୍କ ପରିବାରକୁ ବହିଷ୍କାର ଓ ଦୁର୍ନୀତିଗ୍ରସ୍ତ ସୋସାଇଟି ଭଙ୍ଗ ଦାବିରେ ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ କରାଯାଉଛି ।

ଭଦ୍ରକ (କେନ୍ୟୁଜ): ୧୨ ଘଣ୍ଟିଆ ଭଦ୍ରକ ବନ୍ଦ । ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ବନ୍ଦ ଡାକରା ଦିଆଯାଇଛି । ବରପଦା ବିକାଶ ମଞ୍ଚ ପକ୍ଷରୁ ଭଦ୍ରକ ବନ୍ଦ ପାଳନ କରାଯାଇଛି । କଲେଜରୁ ପ୍ରଫୁଲ୍ଲ ସାମଲଙ୍କ ପରିବାରକୁ ବହିଷ୍କାର ଓ ଦୁର୍ନୀତିଗ୍ରସ୍ତ ସୋସାଇଟି ଭଙ୍ଗ ଦାବିରେ ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ କରାଯାଉଛି । କଲେଜ କର୍ମଚାରୀ, ସ୍ଥାନୀୟ ବିକାଶ ମଞ୍ଚ ଓ ଭଦ୍ରକ ମଞ୍ଚ ପକ୍ଷରୁ ବନ୍ତ ଛକରେ ବନ୍ଦ ପାଳନ କରାଯାଉଛି ।

ଆଜି ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଭଦ୍ରକ ନାଗରିକ ସୁରକ୍ଷା ମଞ୍ଚ ଓ ବରପଦା ବିକାଶ ମଞ୍ଚ ପକ୍ଷରୁ ବନ୍ତ ଛକରେ ପିକେଟିଂ ସହ ରାସ୍ତା ଅବରୋଧ କରାଯାଇଛି । ବନ୍ଦ ଫଳରେ ଦୋକାନ ବଜାର ଗାଡ଼ିଚଳାଚଳ ବନ୍ଦ ରହିଛି। ଏହି ବନ୍ଦ ଡାକରାକୁ ନେଇ କିଛି ଗଣ୍ଡଗୋଳ ଆଶଙ୍କା କରି ଭଦ୍ରକ ସହରରେ ୩ ପ୍ଲାଟୁନ ପୋଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.