ବିଜୁ ଏକ୍ସପ୍ରେସ ୱେରେ ଗୁଳିକାଣ୍ଡ, ଦୁଇ ଗୁରୁତର ଆହତ

ବିଜୁ ଏକ୍ସପ୍ରେସ ୱେ ରେ ଗୁଳିକାଣ୍ଡ। ଗୁଳି ମାଡ଼ରେ ଦୁଇ ଜଣ ଯୁବକ ଗୁରୁତର ଆହତ । ପିକଅପ୍ ଗାଡ଼ିରେ ଥିବା ୨ ଜଣ ଯୁବକଙ୍କୁ ଗୁଳି ମାରିଛନ୍ତି ଦୁର୍ବୃତ୍ତମାନେ। ସୁନ୍ଦରଗଡ ଜିଲ୍ଲା କୁତ୍ରା ନିକଟରେ କିଛି ମୁଖା ପିନ୍ଧା ଯୁବକ ଆସି ଅତର୍କିତ ଗୁଳି ଚାଳାଇ ଥିଲେ ।

ସୁନ୍ଦରଗଡ (କେନ୍ୟୁଜ): ବିଜୁ ଏକ୍ସପ୍ରେସ ୱେ ରେ ଗୁଳିକାଣ୍ଡ । ଗୁଳି ମାଡ଼ରେ ଦୁଇ ଜଣ ଯୁବକ ଗୁରୁତର ଆହତ । ପିକଅପ୍ ଗାଡ଼ିରେ ଥିବା ୨ ଜଣ ଯୁବକଙ୍କୁ ଗୁଳି ମାରିଛନ୍ତି ଦୁର୍ବୃତ୍ତମାନେ । ସୁନ୍ଦରଗଡ ଜିଲ୍ଲା କୁତ୍ରା ନିକଟରେ କିଛି ମୁଖା ପିନ୍ଧା ଯୁବକ ଆସି ଅତର୍କିତ ଗୁଳି ଚାଳାଇ ଥିଲେ । ପିକଅପରେ ଥିବା ଦୁଇ ବ୍ୟକ୍ତି ହେଲେ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଶକ୍ତି ଅଞ୍ଚଳର ବିକ୍ରମ ଟଣ୍ଡନ ଓ ସୁନିଲ ରତ୍ନାକର । ଜଣଙ୍କ ଛାତିରେ ଓ ଅନ୍ୟଜଣଙ୍କର ବେକରେ ଗୁଳି ବାଜିଛି । ଖବର ପାଇବା ପରେ ଆହତଙ୍କ ଘର ଲୋକ ଘଟଣା ସ୍ଥଳକୁ ଯାଇ ଦୁଇ ଯୁବକଙ୍କୁ ଉଦ୍ଧାର କରି ମେଡିିକାଲକୁ ଆଣିଛନ୍ତି । ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.