ଗେମିଂ ସ୍ମାର୍ଟଫୋନ୍‌ କିଣିବା ସମୟରେ ଧ୍ୟାନରେ ରଖନ୍ତୁ ଏହି ଜିନିଷ, ୟୁଜରଙ୍କ ମିଳିବ ଫାଇଦା

ପ୍ରଥମ କଥା ହେଉଛି ଫୋନର ଦାମ୍‌ । ଗେମିଙ୍ଗ୍‌ ସ୍ମାର୍ଟଫୋନ୍ କିଣିବାବେଳେ ବଜେଟ୍ କୁ ଧ୍ୟାନରେ ରଖନ୍ତୁ । ଭାରତରେ ଗେମିଙ୍ଗ ସ୍ମାର୍ଟଫୋନର ମୂଲ୍ୟ ୨୫ ହଜାରରୁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥାଏ । ଆପଣଙ୍କୁ ସେହି ଫୋନ୍ ବାଛିବାକୁ ପଡିବ ଯେଉଁ ଫୋନ୍‌ ଆପଣଙ୍କ ପାଇଁ ଠିକ୍ ମୂଲ୍ୟରେ ମିଳୁଥିବ ଏବଂ ଏଥିରେ ସମସ୍ତ ଆବଶ୍ୟକୀୟ ଫିଚର ରହିଥିବ ।

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ମାର୍ଟଫୋନରେ ଗେମ୍‌ ଖେଳିବାକୁ ଖୁବ୍‌ ପସନ୍ଦ କରନ୍ତି । ଗେମ୍‌ ଖେଳିବା ପାଇଁ ଭଲ ସ୍ମାର୍ଟଫୋନ କିଣିବା ନିହାତି ଜରୁରୀ । ଆପଣଙ୍କ ପାଖରେ ଭଲ ସ୍ମାର୍ଟଫୋନ ନଥିଲେ ଆପଣଙ୍କୁ ଗେମ୍‌ ଖେଳିବାରେ ସମସ୍ୟା ହୋଇପାରେ । ଯଦି ଆପଣଙ୍କୁ ସ୍ମାର୍ଟଫୋନରେ ଗେମ୍‌ ଖେଳିବା ବହୁତ ପସନ୍ଦ ତେବେ ଆପଣଙ୍କ ସ୍ମାର୍ଟଫୋନରେ କେଉଁ ସବୁ ଜିନିଷ ରହିବା ଆବଶ୍ୟକ ଆସନ୍ତୁ ଜାଣିବା ।

ପ୍ରଥମ କଥା ହେଉଛି ଫୋନର ଦାମ୍‌ । ଗେମିଙ୍ଗ୍‌ ସ୍ମାର୍ଟଫୋନ୍ କିଣିବାବେଳେ ବଜେଟ୍ କୁ ଧ୍ୟାନରେ ରଖନ୍ତୁ । ଭାରତରେ ଗେମିଙ୍ଗ ସ୍ମାର୍ଟଫୋନର ମୂଲ୍ୟ ୨୫ ହଜାରରୁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥାଏ । ଆପଣଙ୍କୁ ସେହି ଫୋନ୍ ବାଛିବାକୁ ପଡିବ ଯେଉଁ ଫୋନ୍‌ ଆପଣଙ୍କ ପାଇଁ ଠିକ୍ ମୂଲ୍ୟରେ ମିଳୁଥିବ ଏବଂ ଏଥିରେ ସମସ୍ତ ଆବଶ୍ୟକୀୟ ଫିଚର ରହିଥିବ ।

ଗେମିଙ୍ଗ୍‌ ଫୋନରେ ମିଡିଆଟେକ କିମ୍ବା ସ୍ନାପଡ୍ରାଗନର ଏକ ଗେମିଙ୍ଗ ଚିପସେଟ ଭଳି ଦମଦାର ପ୍ରୋସେସର ରହିବା ଆବଶ୍ୟକ । ଆହୁରି ମଧ୍ୟ ସ୍ମାର୍ଟଫୋନରେ ୮GB କିମ୍ବା ଅଧିକ RAM ଏବଂ ଶକ୍ତିଶାଳୀ GPU ରହିବା ଆବଶ୍ୟକ । ଏହି ସ୍ମାର୍ଟଫୋନରେ ଆପଣଙ୍କୁ ମଜା ବି ଆସିବ ଏବଂ ଆପଣ ମଲ୍ଟିଟାସ୍କିଂ ମଧ୍ୟ କରିପାରିବେ ।

ଗେମ୍‌ ପାଇଁ ତିଆରି ହୋଇଥିବା ଫୋନରେ ହାଇ ରିଫ୍ରେସ୍‌ ରେଟ୍‌ ଏବଂ ଭଲ ରିଜୋଲୁସନ ଡିସପ୍ଲେ ରହିବା ଉଚିତ । ସଫା ଏବଂ ଶୀଘ୍ର ରେସପୋନ୍ସ କରୁଥିବା ଗେମିଂ ଫୋନରେ ଗେମ୍‌ ଖେଳିବାରେ ମଜା ଆସେ । ଗେମିଂ ସ୍ମାର୍ଟଫୋନ୍ କିଣିବା ସମୟରେ ନିଶ୍ଚିତ ଭାବରେ ଏହାର ବ୍ୟାଟେରୀ ଏବଂ ଚାର୍ଜିଂ ପ୍ରତି ଧ୍ୟାନ ଦିଅନ୍ତୁ । ଦୀର୍ଘ ସମୟ ଧରି ଗେମ୍‌ ଖେଳିବା ପାଇଁ ୪୦୦୦ mAh କିମ୍ବା ଅଧିକ ବ୍ୟାଟେରୀର ଫୋନ୍ କିଣନ୍ତୁ ଯାହା ଦ୍ୱାରା ଆପଣଙ୍କୁ ବାରମ୍ବାର ଚାର୍ଜ କରିବାକୁ ପଡିବ ନାହିଁ । ଫୋନ୍ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରୁଥିବା ଆବଶ୍ୟକ ।

କିଛି ଗେମିଙ୍ଗ୍‌ ସ୍ମାର୍ଟଫୋନ୍ ରେ ଗେମ୍‌ ଖେଳିବା ପାଇଁ ଖାସ୍‌ ସଫ୍ଟୱେର୍ ଏବଂ ଫିଚର ଦିଆଯାଇଥାଏ । ଏଥିରେ ପ୍ରୋଗ୍ରାମେବଲ୍ ସୋଲ୍ଡର ଟ୍ରିଗର ଏବଂ ବଟନ୍, ପରର୍ଫମାନ୍ସ ସେଟିଂକୁ ଆଡଜଷ୍ଟ କରିବା ସୁବିଧା ସହ ସ୍ପେସାଲ୍‌ ଗେମ୍‌ ମୋଡ୍ ଏବଂ ଦମଦାର ଅଡିଓ କ୍ୱାଲିଟି ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.