Below header

କରୋନା ପ୍ରଭାବରେ ଶହ ଶହ ବର୍ଷର ପରମ୍ପରାରେ ରୋକ୍: ଯାଜପୁର ଜିଲ୍ଲାର ପ୍ରସିଦ୍ଧ ସିଂହାପୁର ଯାତ୍ରାରେ ୧୪୪ଧାରା ଜାରି

ଯାଜପୁର : ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହୋଇଥାଏ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ସିଂହାପୁର ଯାତ୍ରା। ଅଦ୍ଭୁତ ଏଠାକାର ପରମ୍ପରା। ନିକଟସ୍ଥ ପୁସ୍କରିଣୀରେ ବର୍ଷତମାମ ରହୁଥିବା ଜଳାଶାୟୀ ନାରାୟଣ ମୁର୍ତି ଆଜିଠାରୁ କେବଳ ୩ଦିନ ପାଇଁ ପାଣିରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।

ତେବେ କରୋନା ପ୍ରଭାବରେ ଶହ ଶହ ବର୍ଷର ପରମ୍ପରାରେ ରୋକ୍‌ ଲାଗିଛି। ସଂପୃକ୍ତ ଅଂଚଳରେ ଜାରି ହୋଇଛି ୧୪୪ଧାରା। କେବଳ ବିଧିରକ୍ଷା ପାଇଁ ନାରାୟଣ ଗୋସାଇଁଙ୍କୁ ପାଣିରୁ ବାହାର କରି ପୂଜାର୍ଚ୍ଚନା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.