କାର୍‌ ଡୋର୍‌ ଖୋଲି ଭିତରେ ପଶିଲା ଭାଲୁ, କିଛି ସମୟ ପରେ ଖାଦ୍ୟ ଜିନିଷ ଧରି ବାହାରକୁ ଆସିଲା, ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ

ସୋସିଆଲ ମିଡିଆରେ ଅନେକ ଭିଡିଓ ଏମିତି ଭାଇରାଲ ହେବାରେ ଲାଗିଥାଏ। ସେଥି ମଧ୍ୟରୁ କିଛି ଭିଡିଓ ପଶୁପକ୍ଷୀମାନଙ୍କର ରହିଥାଏ। ଏହି ଭିଡିଓଗୁଡ଼ିକରେ ପଶୁପକ୍ଷୀମାନଙ୍କର ଅନେକ ଅଜବ ହରକତ ବି ଦେଖିବାକୁ ମିଳିଥାଏ, ଯାହାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଇଥାଉ। ଏବେ ଏଭଳି ଏକ ଭିଡିଓ ଇଣ୍ଟରନେଟ୍‌ରେ ପୂରା ଛାଇ ଯାଇଛି, ଯେଉଁଥିରେ ଏକ ଭାଲୁକୁ ଦେଖିବାକୁ ମିଳୁଛି।

ଏହି ଭାଇରାଲ ଭିଡିଓରେ ଦେଖାଯାଉଛି କି, ଏକ ଭୋକିଲା ଭାଲୁ ନିଜ ସାମ୍ନାରେ ରହିଥିବା ଏକ କାର୍‌ ପାଖକୁ ଯାଉଛି। ଏହାପରେ ସେ ଡୋର୍‌ ଖୋଲି କାର୍‌ ଭିତରେ ପଶୁଛି। କିଛି ସେକେଣ୍ଡ ପରେ ମୁହଁରେ କୌଣସି ଖାଦ୍ୟ ଜିନିଷ ଧରି ବାହାରକୁ ଆସୁଛି। ଉକ୍ତ ଖାଦ୍ୟ ଜିନିଷକୁ ତଳେ ପକାଇ ଯାଞ୍ଚ କରୁଛି। ପରେ ଏହାକୁ ଛାଡ଼ି ଚାଲି ଯାଉଛି।

ଏହି ଦୃଶ୍ୟ ଦେଖି କିଛି ଦୂରରେ ଛିଡ଼ା ହୋଇଥିବା ଲୋକେ କେବଳ ଆଶ୍ଚର୍ଯ୍ୟଚକିତ ହୋଇଯାଉଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଲୋକେ ମଧ୍ୟ ଖୁବ୍‌ ପସନ୍ଦ କରୁଛନ୍ତି। ଭାଲୁଟିର ବୁଦ୍ଧିକୁ ବେଶ୍‌ ପ୍ରଶଂସା କରାଯାଉଛି।

video courtesy: ViralHog

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.