Below header

ଏକତରଫା ପ୍ରେମରୁ ଯୁବକଙ୍କ ଉନ୍ମତ୍ତକାଣ୍ଡ: ଜୋର ଜବରଦସ୍ତ ବାହା ହେବାକୁ କହି ବିଫଳ ହେବାରୁ ସମ୍ପର୍କୀୟ ଭଉଣୀକୁ ଚେଙ୍କ ଦେଲା ଭାଇ

ଯାଜପୁର (କେନ୍ୟୁଜ):  ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତ୍ତକାଣ୍ଡ । ଜୋର ଜବରଦସ୍ତ ବାହା ହେବାକୁ କହି ବିଫଳ ହେବାରୁ ସମ୍ପର୍କୀୟ ଭଉଣୀକୁ ଚେଙ୍କ ଦେଲା ଭାଇ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ଥାନା ଅଞ୍ଚଳରେ । ଏ ନେଇ ପୀଡିତା ନାବାଳିକାଙ୍କ ବାପା ଥାନାରେ ଏତଲା ଦେଇଛନ୍ତି । ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଭଉଣୀ ପ୍ରେମ ନିବେଦନ ସ୍ବୀକାର ନକରିବାରୁ ସଂପର୍କୀୟ ଭାଇ ଚେଙ୍କ ଦେଇଛି । ପୀଡିତା ବାପାଙ୍କ ଅଭିଯୋଗ ଅନୁସାରେ ମଙ୍ଗଳବାର ରାତି ୭ଟା ବେଳେ ସଂପୃକ୍ତ ଯୁବକ ଜୋର ଜବରଦସ୍ତି ମାଡ ମାରିବା ସହ ଲୁହା ଖଡିକା ନିଆଁରେ ତତାଇ ଚେଙ୍କ ଦେଇଥିଲା । ଏଥି ସହ ହଜାରେ ଟଙ୍କା ନେ ମୋବାଇଲ କିଣିବୁ ଓ ମୋତେ ବାହାହେବୁ ବୋଲି କହିଥିଲା। ଏଥିରେ ନାବାଳିକା ଜଣକ ଅରାଜି ହେବାରୁ ମାଡ ମାରି ରକ୍ତାକ୍ତ  କରିଦେଇଥିଲା ।

ସଂପୃକ୍ତ ଯୁବକଙ୍କ ଏହି କାମରେ ତାଙ୍କ ବାପା-ମା ସହଯୋଗ କରିଥିବା ନେଇ ନାବାଳିକାଙ୍କ ବାପା ଅଭିଯୋଗ ଆଣିଛନ୍ତି । ଝିଅକୁ ଜୋର ଜବରଦସ୍ତ ବାହା ହେବା ପାଇଁ ରାଜି କରାଉଥିବା ବେଳେ ଝିଅ ରାଜି ନହେବାରୁ ଏଭଳି କାଣ୍ଡ ଭିଆଇଛି ଉନ୍ମକ୍ତ ଯୁବକ । ଘଟଣା ପରେ ମା’ ଓ ପୁଅ ଫେରାର ହୋଇଯାଇଛନ୍ତି । ଏନେଇ ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୀଡିତାଙ୍କ ବାପା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.