Below header

ଇଲେକଟ୍ରିକ କାର ପରେ ଏବେ ତିଆରି ହେଉଛି ଇଲେକଟ୍ରିକ ରୋଡ, ନିତିନ ଗଡକରୀ ଦେଲେ ସୂଚନା

ସରକାରଙ୍କ ଲକ୍ଷ୍ୟ ରହିଛି ଯେ ଆସନ୍ତା ୨୦୩୦ ସୁଦ୍ଧା ଦେଶରେ ବିକ୍ରି ହେଉଥିବା ୩୦% କେବଳ ଇଲେକଟ୍ରିକ ହୋଇଥିବା ଦରକାର। ଇଲେକଟ୍ରିକ ଗାଡିର ବିକ୍ରିକୁ ବୃଦ୍ଧି କରିବା ପାଇଁ ସରକାର ଏବେ ଇଲେକଟ୍ରିକ ରୋଡ ବନାଇବା କାମ କରୁଛନ୍ତି। ଏହି ରୋଡ ନିଜ ଉପରେ ଚାଲୁଥିବା ଗାଡିର ଶକ୍ତିକୁ ଅପୂର୍ତ୍ତି କରିଥାଏ। ଯାହାଦ୍ୱାରା ବାହନକୁ ଚାର୍ଜ କରିବା ପାଇଁ ଆଉ କେଉଁଠି ଅଟକିବାକୁ ପଡିବନାହିଁ।

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ଉପରେ ତିଆରି ହେଉଛି ଇ-ରୋଡ

ନିକଟରେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଏକ ଲକ୍ଷ କୋଟି ବିନିମୟରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ ଉପରେ ଏକ ଲେନ ଇ-ହାଇେଓ୍ଵ କରାଯିବ। ଏହି ଇ ଲେନ ପ୍ରାୟ ୧୩୦୦ କିଲୋମିଟର ଲମ୍ବାର ହେବ। ଏହାଦ୍ୱାରା ଲଞ୍ଜିଷ୍ଟିକ ଖର୍ଚ୍ଚ ୭୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇଯିବ। ନିତିନ ଗଡକରୀ କହିଛନ୍ତି ଯେ ଏହି ଇ-ରୋଡରେ ସେହି ଟେକିନକର ବ୍ୟବହାର କରାଯିବ, ଯେଉଁ ଟେକନିକରେ

ଜର୍ମାନୀରେ ଇ-ହାଇେଓ୍ଵ ତିଆରି ହୋଇଛି।

ଟ୍ରାନ୍ସପୋର୍ଟ ରିସର୍ଚ୍ଚ ଲ୍ୟାବୋରେଟ୍ରୀ ମୁତାବକ, ଇଲେକଟ୍ରିକ ରୋଡରେ ମୁଖ୍ୟ ରୂପରେ ତିନୋଟି ଟେକନିକର ବ୍ୟବହାର କରାଯାଏ। ପ୍ରଥମଟି ହେଉଛି ଗାଡିର ଉପରେ ପାଓ୍ଵାର ଲାଇନ ରହିଥାଏ, ଯେମିତି ଭାରତରେ ରହିଥାଏ। ସେହିପରି ମାଟିତଳେ ଧାରଣା ବା ଅଣ୍ଡରଗ୍ରାଉଣ୍ଡ କ୍ୱାଏଲ ଦ୍ୱାରା ମଧ୍ୟ ବିଜୁଳିର ଅପୂତ୍ତି କରାଯାଏ। ଓଭରହେଡ କେବୁଲ ସବୁଠାରୁ ଉନ୍ନତ ଟେକନିକର ଅଟେ। କିନ୍ତୁ ଅଣ ବ୍ୟବସାୟିକ ଗାଡି ପାଇଁ ଏହା କାରଗର ନୁହେଁ, କାରଣ କାରର ଉଚ୍ଚତା ବହୁତ କମ ହୋଇଥାଏ ଏବଂ ଏହା ବହୁତ ଉପରେ ଥିବା କେବୁଲରୁ ଶକ୍ତି ହାସଲ କରିପାରିବନାହିଁ। କିନ୍ତୁ ଇ-ଟ୍ରକ ପାଇଁ ଏହି କେବୁଲ ଠିକ ରହିବ। ସେହିପରି ମାଟିତଳୁ ମିଳୁଥିବା ବିଜୁଳି ଯେମିତିକି ରେଳରୁ ସହଜରେ ଅଧିକ ଶକ୍ତି ମିଳିପାରିବ। ସେହିପରି ଚାର୍ଜିଙ୍ଗ କ୍ୱାଏଲ ଟେକନିକରେ କମ୍ ପାଓ୍ଵାର ମିଳିବ ଏବଂ ଅଧିକ ଉପକରଣ ବି ଲାଗିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.